ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏଏସ୍ଆଇ
ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏଏସ୍ଆଇ ମମତା ବସ୍ତିଆ। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ। ମାମଲାରୁ ଜଣଙ୍କ ନାମ କାଟିବାକୁ ଏହି ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିବା ସହିତ ଏଏସ୍ଆଇଙ୍କ ଘର ସମେତ ଆଉ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରଖିଛି।
Comments are closed.