www.samajalive.in
Saturday, December 6, 2025
26.1 C
Bhubaneswar

ମତ୍ସ୍ୟଜୀବୀଙ୍କ ପାଇଁ ଏସଆରସିଙ୍କ ନିର୍ଦ୍ଦେଶ; ସମୁଦ୍ରକୁ ଗଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବାତ୍ୟା ‘ଅସାନି’କୁ ନେଇ ମତ୍ସ୍ୟଜୀବୀଙ୍କ ପାଇଁ କଠୋର ହେଲେ ଏସଆରସି । ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ଯଦି କୌଣସି ମତ୍ସ୍ୟଜୀବୀ ଅମାନ୍ୟ କଲେ ତେବେ ବିପର୍ଯ୍ୟୟ ଆଇନରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଏସଆରସି । ବାରଣ ସତ୍ତ୍ବେ କିଛି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ସୂଚନା​ ଥାଉ କି ଆଜି ସକାଳେ ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବଡ଼ ଧରଣର ଅଘଟଣ ଘଟିଥିଲା । ସମୁଦ୍ର ଭିତରକୁ ମାଛ ମାରି ଯାଇଥିବା ବେଳେ ୬୦ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ୬୦ଜଣ ଯୁବକ ୬ଟି ଡଙ୍ଗା ଯୋଗେ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିବା ବେଳେ ଡଙ୍ଗା ଓଲଟି ପଡ଼ିବା ଫଳରେ ମତ୍ସ୍ୟଜୀବୀ ମାନେ ପହଁରି ପହଁରି କୂଳରେ ଆସି ପହଞ୍ଚିଥିଲେ । ହେଲେ ସମୁଦ୍ର ପାଣିରେ ମତ୍ସ୍ୟଜୀବୀଙ୍କ ଜାଲ, ଡଙ୍ଗା ଓ ମାଛ ଭାସିଯାଇଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories