www.samajalive.in
Sunday, December 14, 2025
23.1 C
Bhubaneswar

ବନ୍ଦ ଘରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବନ୍ଦ ଘର ଭିତରୁ ୨ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକ ଦୁଇଜଣ ମଇଁଷି କର୍ମଚାରୀ ବୋଲି ଜଣାପଡ଼ିଛି। ମୃତକ ହେଲେ ସୁଶାନ୍ତ ଦାସ ଓ ଜଗବନ୍ଧୁ ବେହେରା। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ମଇଁଷି ଫାର୍ମର ମାଲିକ ସୁଶାନ୍ତ ଓ ଜଗବନ୍ଧୁଙ୍କ ସହ କଥା ହୋଇଥିଲେ। ପରେ ରାତି ପ୍ରାୟ ଗୋଟାଏ ୪୦ ମିନିଟ୍‌ ସମୟରେ ସୁଶାନ୍ତ ଓ ଜଗବନ୍ଧୁ ବି ମାଲିକଙ୍କୁ ଫୋନ୍‌ କରିଥିଲେ। ମାଲିକ ଶୋଇପଡ଼ିଥିବାରୁ ସେ ଫୋନ୍ ଉଠାଇ ପାରି ନଥିଲେ। ସକାଳେ ସୁଶାନ୍ତ ଓ ଜଗବନ୍ଧୁକୁ ଫୋନ୍ କରିଥିଲେ। ହେଲେ ସେମାନେ କେହି ଉଠାଇ ନଥିଲେ। ସେ ନିଜ ମଇଁଷି ଫାର୍ମ ନିକଟକୁ ଆସି କବାଟ ବାଡେଇ ସୁଶାନ୍ତ ଓ ଜଗବନ୍ଧୁଙ୍କୁ ଡାକିଥିଲେ। ହେଲେ କେହି କବାଟ ଖୋଲି ନଥିଲେ। ପରେ ଫାର୍ମ ମାଲିକ ପୁଲିସକୁ ଫୋନ୍ କରିଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗି ସୁଶାନ୍ତ ଓ ଜଗବନ୍ଧୁଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories