www.samajalive.in
Saturday, December 6, 2025
26.1 C
Bhubaneswar

ଆଇଏଲଏସ୍‌ କାର୍ଯ୍ୟାଳୟରେ ଡା. ଅଜୟ ପରିଡାଙ୍କ ଶେଷ ଦର୍ଶନ

ଭୁବନେଶ୍ୱର: ଆଇଏଲଏସ୍‌ କାର୍ଯ୍ୟାଳୟରେ ପଦ୍ମଶ୍ରୀ ଡା. ଅଜୟ ପରିଡାଙ୍କ ମରଶରୀର ପହଞ୍ଚିଛି । ସେଠାରେ ଶେଷ ଦର୍ଶନ ପରେ ଜନ୍ମମାଟି ଯାଜପୁରରେ ତାଙ୍କର ଶେଷକୃତ୍ୟ ହେବ । ଯାଜପୁରର ଭଗବାନପୁରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ଗତକାଲି ଗୌହାଟିରେ ହୃଦଘାତ ଯୋଗୁ ଡା. ଅଜୟ ପରିଡାଙ୍କ ପରଲୋକ ହୋଇଥିଲା । ସୂଚନା ଅନୁଯାୟୀ ଡା. ଅଜୟ ପରିଡ଼ା ଏକ ସରକାରୀ କାର୍ଯ୍ୟକ୍ରମରେ ଗୌହାଟୀ ଗସ୍ତରେ ଥିଲେ । ସେଠାରେ ତାଙ୍କର ଏକ କନଫରେନ୍ସିଂରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ହେଲେ ରାତିରେ ସେ ଶୋଇଥିବା ବେଳେ ହୃଦଘାତ ଯୋଗୁ ତାଙ୍କର ସେଠାରେ ପରଲୋକ ହୋଇଥିଲା । ଏନେଇ ଆଇଏଲଏସ୍‌ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଖବର ପାଇ ଗୌହାଟୀ ଅଜୟଙ୍କ ପାରିବାର ଲୋକ ପହଞ୍ଚିଥିଲେ​‌ ।  ତେବେ ଆଜି ତାଙ୍କ ପ୍ରାର୍ଥିବ ଶରୀର ଓଡ଼ିଶା ଆସିବା ପରେ ଆଇଏଲଏସ୍‌ କାର୍ଯ୍ୟାଳୟରେ ପହଞ୍ଚିଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories