www.samajalive.in
Monday, December 8, 2025
16.1 C
Bhubaneswar

ମୁଁ ଆଉ ସହି ପାରୁନି, ମୋତେ କ୍ଷମା କରିଦିଅ ମମି: ସାମ୍ବାଦିକାଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ସମାଜ ଡିଜିଟାଲ ଡେସ୍କ: ଦିନେ ହସଖୁସିରେ ସ୍ୱାମୀ ସହ ସଂସାର କରିବେ ବୋଲି ସ୍ୱପ୍ନ ଦେଖି ପ୍ରେମ ବିବାହ କରିଥିଲେ ସାମ୍ବାଦିକା ମଧୁମିତା ପରିଡା । ଘର ଲୋକମାନେ ପିଲାଟି ଦିନରୁ ମଧୁଙ୍କୁ ଅନେକ କଷ୍ଟ କରି ମଣିଷ କରିବା ପରେ ଶେଷରେ ଝିଅ ଭଲରେ ରହିବ ବୋଲି ଭାବି ବିବାହ କରାଇଥିଲେ । ନିଜ ଇଚ୍ଛାରେ ଝିଅ ବାଛିଥିବା ପୁଅ ସହିତ ବିବାହ କରାଇଥିଲେ । ଏକ ୱେବ ଚ୍ୟାନେଲରେ କାମ କରିବା ସହ ସ୍ୱାମୀଙ୍କ ସହ ଭଡା ଘରେ ରହୁଥିଲେ ମଧୁମିତା । ହେଲେ କିଛି ଦିନ ହେବ ମଧୁଙ୍କ ଜୀବନରେ ଆସିଥିଲା ଝଡ । ଏପରିକି ଅଫିସ ଯିବା ବନ୍ଦ କରିଦେଇଥିଲେ ମଧୁ । କୌଣସି କାମରେ ତାଙ୍କର ମନ ଲାଗିନଥିଲା । କାରଣ ଥିଲେ ତାଙ୍କ ସ୍ୱାମୀ । ଯାହାଙ୍କୁ ସେ ୫ବର୍ଷ ଧରି ଭଲ ଭାବରେ ଜାଣିବା ସହ ପ୍ରେମ କରି ବିବାହ କରିଥିଲେ । ସ୍ୱାମୀଙ୍କର ଅନ୍ୟ ଝିଅ ସହିତ ସମ୍ପର୍କ ଥିବା ଜାଣିବା ପରେ ମଧୁଙ୍କ ପାଦ ଯେମିତି ତଳକୁ ଖସିପଡିଥିଲା । କାନ୍ଦି କାନ୍ଦି ଭିଡ଼ିଓ କରି ଶେଷରେ ମାଙ୍କୁ କ୍ଷମା ମାଗି କହିଥିଲେ ମମି ମୁଁ ଆଉ ବଞ୍ଚିବିନି ।

ଭିଡ଼ିଓ ଜରିଆରେ ଏପରି କହିବାର କିଛି ସମୟରେ ହିଁ ମଧୁଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଳ ଧାରଣାରୁ ଜବତ କରିଛି ପୁଲିସ । କିନ୍ଦି କାନ୍ଦି କହିଥିଲେ ଯେ ଏମିତିକା ପୁଅକୁ ବାହା ହୋଇ ଭୁଲ କରିଦେଲି । ବାହାଘରର ୫ମାସ ହୋଇନି ମୋତେ ଛାଡପତ୍ର ଦେବାକୁ କହୁଛି । ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖିଥିବାରୁ ସବୁ ଦିନ ମୋ ସହ ଝଗଡା କରୁଛି । କେବେ ହେଲେ ଭଲରେ ପଦେ କଥା ହେଉନାହାଁନ୍ତି । ଏସବୁ ଆଉ ମୁଁ ସହି ପାରିବିନି । ମୁଁ ବଞ୍ଚିବିନି କହି ଟ୍ରେନଲାଇନରେ ଡେଇଁ ଜୀବନ ହାରିଛନ୍ତି ସାମ୍ବାଦିକ ମଧୁମିତା ପରିଡା । ଅଫିସରେ କାମ କରିବା ବେଳେ ନିଜ ସହକର୍ମୀଙ୍କ ସହ ଅତ୍ୟନ୍ତ ସରଳ ବ୍ୟକ୍ତିତ୍ୱ ଥିଲେ ମଧୁମିତା ପରିଡା । ବୁଧବାର ସନ୍ଧ୍ୟାରେ ସେ ଏଭଳି ଜୀବନ ହାରିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଏ ହେଉଛନ୍ତି ତାଙ୍କ ସ୍ୱାମୀ ଯାହାଙ୍କ ପାଇ କାନ୍ଦି କାନ୍ଦି ଶେଷରେ ଜୀବନ ହାରିଛନ୍ତି ମଧୁମିତା । ସ୍ୱାମୀ ଓ ଦିଅରଙ୍କ ନିର୍ଯାତନା ଯୋଗୁ ଜୀବନ ହାରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସ୍ୱାମୀ ଶ୍ରୀଧର ଜେନାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି ଧଉଳି ଥାନା ପୁଲିସ । ଏହାସହିତ ଦେଢଶୂରଙ୍କୁ ପୁଲିସ ଅଟକ ରଖିଛି ।

- Advertisement -

ସୂଚନାଯୋଗ୍ୟ ଯେ ମଧୁମିତା ଗତ ୪ମାସ ତଳେ ପ୍ରେମ ବିବାହ କରିଥିଲେ । ମୃତ୍ୟୁ ପୂର୍ବରୁ ମଧୁମିତା କରିଥିବା ଭିଡ଼ିଓରେ ତାଙ୍କ ସ୍ୱାମୀଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବିବାହ ପରେ ସ୍ୱାମୀଙ୍କର ପରକୀୟା ପ୍ରତି ଥିଲା ବୋଲି ଅଭିଯୋଗ କରିଛନ୍ତି ମଧୁମିତା । ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା, ସ୍ୱାମୀ ତାଙ୍କୁ ଧୋକା ଦେଉଥିଲେ । ଶେଷରେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର, ତେବେ ଗଞ୍ଜାମ ଜିଲା ତରଡାରେ ସେ ବିବାହ କରିଥିଲେ । ମଧୁମିତାଙ୍କ ସ୍ୱାମୀ ପୂର୍ବରୁ ବିବାହିତ ଥଲେ । ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧୁମିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ତାଙ୍କ ସ୍ୱାମୀ । ମଧୁମିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories