www.samajalive.in
Monday, December 8, 2025
27.1 C
Bhubaneswar

ବନବିଭାଗର ଚଢ଼ାଉ: ଶାଳକାଠ ବୋଝେଇ ଗାଡ଼ି ଜବତ, ଚାଳକ ଫେରାର

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ବନାଞ୍ଚଳ ପକ୍ଷରୁ ପାଟ୍ରୋଲିଂ ସମୟରେ ଏକ ଶାଳକାଠ ବୋଝେଇ ଗାଡ଼ିକୁ ବନବିଭାଗ ଜବତ କରିଛି। ମାତ୍ର ଗାଡି ଡ୍ରାଇଭରକୁ କାବୁ କରିବାରେ ବନବିଭାଗ ଫେଲ ମାରିଛି।

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତ୍ରିରେ ଆଡ଼େଣିଗଡ଼ ପଟୁ ଚାରିଛକ ଆଡ଼କୁ ଏକ ଟାଟା ଏସି ଗାଡ଼ି ଯୋଗେ ଶାଳକାଠ ଚୋରାଚାଲାଣ ହେଉଥିବା ମାଧପୁର ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ମାଧପୁର ବନବିଭାଗ ପକ୍ଷରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର କାଇମାଟିଠାରେ ରାତ୍ରକାଳୀନ ପାଟ୍ରୋଲିଂ ଆରମ୍ଭ କରାଯାଇ ରାତି ପ୍ରାୟ ୮ଟା ସମୟରେ ଶାଳକାଠ ଚୋରାଚାଲାଣ ଗାଡ଼ିକୁ ଚିହ୍ନଟ କରି କାବୁ କରିଥିଲା। ମାତ୍ର ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯିବାରୁ ତାକୁ ବନ ବିଭାଗ କାବୁ କରିବାରେ ସକ୍ଷମ ହୋଇପାରିନାହିଁ। ଗାଡ଼ିରୁ ୨୧ଖଣ୍ଡ ଶାଳକାଠ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି ଚଢ଼ାଉରେ ମାଧପୁର ରେଞ୍ଜ ଅଫିସର ଆଶିକ କୁମାର ଦିଗାଲ, ବନପାଳ ସୁନୀଲ କ୍ଷେତ୍ତି, ବନରକ୍ଷୀ ଶ୍ରୀକାନ୍ତ ନାଏକ, ମୃତ୍ୟଞ୍ଜୟ ମହାରଣା, ସୁବଳ ପ୍ରଧାନଙ୍କ ସହ ସ୍କ୍ୱାଡ୍‌ ଟିମ୍ ସାମିଲ ଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories