ଭୁବନେଶ୍ବର: ଡିସେମ୍ୱର ୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ଏହି ସମୟ ମଧ୍ୟରେ ଅଧିକ ବଉଳା କୁମ୍ଭୀର ଉପରକୁ ଆସୁଥିବାରୁ ସେମାନଙ୍କର ଗଣନା କରାଯିବ। ପ୍ରତିବର୍ଷ ଏହି ସମୟରେବଉଳା କୁମ୍ଭୀର ଗଣନା କରାଯାଏ। ଯନ୍ତ୍ର ଚାଳିତ ବୋଟ ଯୋଗୁଁ ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା କରି ବନବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କୁମ୍ଭୀର ବିଷାରଦ ଡ. ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା ପ୍ରକ୍ରିୟା ଜାରି ରହିବ।
Popular Categories



