www.samajalive.in
Saturday, December 13, 2025
26.1 C
Bhubaneswar

ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ୟୁ-ଟର୍ଣ୍ଣ; ବାରାଣାସୀରୁ ମୋଦୀଙ୍କ ବିରୋଧରେ ଲଢିବେନି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିବାର ପ୍ରାୟ ମାସେ ପରେ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ବୁଧବାର ନିଜ ନିଷ୍ପତ୍ତିରୁ ୟୁ-ଟର୍ଣ୍ଣ ନେଇଛନ୍ତି। ସେ ବାରଣାସୀରୁ ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହାସହ ବିଜେପିକୁ ହରାଇବା ପାଇଁ ସେ ଏସ୍‍ପି-ବିଏସ୍‍ପିକୁ ସମର୍ଥନ ଜଣାଇଛନ୍ତି। ଦଳିତ ଭୋଟର ସଂଗଠିତ ରହିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।
କିଛି ଦିନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀ ଚନ୍ଦ୍ରଶେଖରଙ୍କୁ ବିଜେପିର ଏଜେଣ୍ଟ ବୋଲି କହିଥିଲେ। ଚନ୍ଦ୍ରଶେଖର ଦଳିତଙ୍କ ଭୋଟ ବାଣ୍ଟିବା ରାଜନୀତି କରୁଛନ୍ତି ବୋଲି ମାୟାବତୀ ଅଭିଯୋଗ କରିଥିଲେ। ଏହାପରେ ଚନ୍ଦ୍ରଶେଖର ନିଜ ପ୍ରତିକ୍ରିୟାରେ ଅଭିମାନ ବ୍ୟକ୍ତ କରିଥିଲେ। ନିଜ ଲୋକ ମୋତେ ବିଜେପିର ଏଜେଣ୍ଟ କହୁଛନ୍ତି, ଏହାପରେ ବି ମାୟାବତୀଙ୍କୁ ସେ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ମୁଁ ନିର୍ବାଚନ ଲଢିବା ଦ୍ୱାରା ମୋଦୀଙ୍କ ଲାଭ ହେବ, ତେଣୁ ମୁଁ ନିର୍ବାଚନ ଲଢିବି ନାହିଁ ବୋଲି ଚନ୍ଦ୍ରଶେଖର କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories