www.samajalive.in
Tuesday, December 9, 2025
16.1 C
Bhubaneswar

ଅବ୍ୟବସ୍ଥାରେ ଧାନ ସଂଗ୍ରହ ପ୍ରକ୍ରିୟା, ଗ୍ରାହକ ଅପେକ୍ଷାରେ ଚାଷୀ

ଭବାନୀପାଟଣା: କଳାହାଣ୍ଡି ଜିଲାର ଚାଷୀ ଅଭାବୀ ବିକ୍ରିର ଶିକାର ହେବା ନୂଆକଥା ନୁହେଁ। ଏହି ସମସ୍ୟା ଯେମିତି ତା’ ଭାଗ୍ୟରେ ବିଧାତା ଲେଖି ଦେଇଛି। ଚାଷୀ ଏଠାରେ ବିଭିନ୍ନ ସୂତ୍ରରୁ ଋଣିକରି ଚାଷ କରେ, ହାଡ଼ଭଙ୍ଗା ଖଟଣି ଖଟେ, ହେଲେ ତା’ର ଆଶାନୁରୂପ ଲାଭ ତାକୁ ମି​ଳେ ନାହିଁ। ଦଲାଲ ଓ ମିଲର୍ସଙ୍କ ନାନାଦି କାଣ୍ଡକାରଖାନା ତଥା କିଛି ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ପେଞ୍ଚ ଯୋଗୁ ସେମାନେ ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ଚିତ ହୁଅନ୍ତି। ବିଡ଼ମ୍ବନା ହେଲା ସରକାରୀ କଳର ଏତେ ଆଶ୍ଵାସନା ଓ ପ୍ରତିଶ୍ରୁତି ସତ୍ତେ୍ବ ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ପ୍ରତିବର୍ଷ ଏହା ଆହୁରି ସାଙ୍ଘାତିକ ହେଉଛି।
ଚଳିତ ବର୍ଷ କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଛି। ଗତ ୨୧ ତାରିଖ ସୁଦ୍ଧା ସରକାରୀ ଭାବେ ୪୩ ଲକ୍ଷ ୩୫ ହଜାର ୪୯୦.୮୫ କ୍ୱିଣ୍ଟାଲ ଧାନ କ୍ରୟ ହୋଇଥିବା ବେଳେ ବିଭିନ୍ନ ମଣ୍ଡିରେ ଶହଶହ କ୍ୱିଣ୍ଟାଲ ଧାନ ପଡିରହିଛି। ଧାନସଂଗ୍ରହର ଧାର୍ୟ୍ୟ ଲକ୍ଷ ପୂରଣ ହୋଇସାରିଥିବା କହି ଧାନକିଣା ବନ୍ଦ ରଖାଯାଇଥିବାରୁ ମଣ୍ଡିଗୁଡ଼ିକରେ ଶହଶହ ବସ୍ତା ଧାନ ପଡ଼ି ରହିଛି। ସେପଟେ ଗ୍ରାହକ ଅପେକ୍ଷାରେ ଚାଷୀ ମଣ୍ଡିରେ ନିଜ କଷ୍ଟୋପାର୍ଜିତ ଧାନକୁ ଶୀତ କାକାରରେ ଜଗି ରହିଛି।

 

- Advertisement -

ଚଳିତ ବର୍ଷ ଖରିଫ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟରେ ମୋଟ ୪୫ ଲକ୍ଷ ୨୫ ହଜାର ୯୨୫ କ୍ୱିଣ୍ଟାଲର ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିଲା। ଯାହା କୃଷି ବିଭାଗ ଧାନ ଉତ୍ପାଦନ ଉପରେ ପ୍ରାଥମିକ ଭାବେ ଧାର୍ୟ୍ୟ କରିଥିବା ୧କୋଟି ୪ଲକ୍ଷ ୭ ହାଜର ୪୧୭କ୍ୱିଣ୍ଟାଲର ମାତ୍ର ଏକ ତୃତୀୟାଂଶ, ଅର୍ଥାତ୍‌ ୪୫ ଲକ୍ଷ ୨୫ ହଜାର ୯୨୫ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ସରକାର କଳାହାଣ୍ଡି ଜିଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଚଳିତ ବର୍ଷ ଜିଲାର ସମସ୍ତ ୧୩ଟି ବ୍ଲକରେ ଅମଳ ଭଲ ହୋଇଛି। ୮୪ ହଜାର ୫୩ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଛନ୍ତି। ଏ ବର୍ଷ କଳାହାଣ୍ଡି ଜିଲା ପାଇଁ ସ୍ଥିର ହୋଇଥିବା ଧାର୍ୟ୍ୟ ଲକ୍ଷ୍ୟର ପରିମାଣକୁ ନେଇ ଆରମ୍ଭରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ା ବର୍ତ୍ତମାନ ମଣ୍ଡିରୁ ଧାନ ଉଠୁ ନଥିବାରୁ ତାହା ତୀବ୍ର ହେବାକୁ ବସିଲାଣି। ସେପଟେ କେଉଁଠିକେଉଁଠି ଚାଷୀମାନେ କମଦରରେ ଧାନବିକିବା ଆରମ୍ଭ କରିଦେଇଥିବା ମଧ୍ୟ ଅଭିଯୋଗ ହେଲାଣି।
ସୂଚନାଯୋଗ୍ୟ ଯେ ଜିଲାରେ ୨୦୮ ଟି ମଣ୍ଡି ଖୋଲିବାକୁ ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ସେଥିରୁ ଦୁଇଟି ମଣ୍ଡି ଗତ ୨୧ ତାରିଖ ଠାରୁ ବନ୍ଦକରି ଦିଆଯାଇଥିବାରୁ ବର୍ତ୍ତମାନ ୨୦୬ ଟି ମଣ୍ଡିରେ ଧାନ ସଂଗ୍ରହ କରାଯାଉଛି। ଗତ ୨୧ ତାରିଖ ସୁଦ୍ଧା ଜିଲାରେ ୪୩ ଲକ୍ଷ ୩୫ ହଜାର ୪୯୦.୮୫ କ୍ବିଣ୍ଟାଲ ଧାନ କ୍ରୟ ହୋଇଛି। ସେଥି ମଧ୍ୟରୁ ୪୩ ଲକ୍ଷ ୨୯ ହଜାର ୮୮୨.୩୫ କ୍ବିଣ୍ଟାଲ ଧାନ ମିଲର୍ସ କିଣିଛନ୍ତି। ସେହିପରି ମୋଟ ୬୫୩୬୭ ଜଣ ଚାଷୀ ଧାନ ବିକ୍ରି କରିଥିବା ପ୍ରାପ୍ତ ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ସୁଦ୍ଧା ବହୁ ଚାଷୀଙ୍କ ଧାନ ବିକ୍ରି ହୋଇ ନଥିବା ବେଳେ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇସାରିଥିବା କହି କାରବାର ବନ୍ଦ କରି ଦିଆଯାଉଥିବାରୁ ଚାଷୀମାନେ ଟୋକନ ଖଣ୍ଡିକ ଧରି ଏଠୁ ସେଠିକି ଧାଉଁ ଥିବା ଦେଖିବାକୁ ମିଳୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories