www.samajalive.in
Sunday, December 14, 2025
26.1 C
Bhubaneswar

କଣ୍ଟେନର ଧକ୍କାରେ ଦୁଇ ମୃତ, କ୍ଷତିପୁରଣ ଦାବିରେ ରାସ୍ତା ରୋକ

ଭବାନୀପାଟଣା:  ଆଜି ବିଶ୍ଵନାଥପୁର ଥାନା ଢ଼େପଗୁଡ଼ା ଜଙ୍ଗଲ ରେ ଏକ କଣ୍ଟେନର ଧକ୍କା ରେ ଦୁଇଜଣ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ନିକଟସ୍ଥ ପୋଖରିବନ୍ଧ ଗାଁ ର ପଦ୍ମଲୋଚନ ପାତ୍ର (୪୦) ଏବଂ ଅରୁଣ ଧଙ୍ଗଡାମାଝୀ (୩୫) ବୋଲି ଜଣା ପଡିଛି। ଆଜି ସକାଳୁ ଉଭୟେ ରାଜ ମିସ୍ତ୍ରୀ କାମ କରିବାକୁ ନର୍ଲା ଗରକୁଲ ଗାଁକୁ ଯାଉଥିଲେ।

ଏହି ସମୟରେ ଏକ ଆଲୁମିନା ଗୁଣ୍ଡ ବୋଝେଇ କଣ୍ଟେନର ଉଭୟଙ୍କୁ ଧକ୍କା ଦେଇଥିବା କୁହାଯାଉଛି। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। କ୍ଷତି ପୁରଣ ଦାବିକରି ମୃତକ ଙ୍କ ପରିବାର ଲୋକେ ରାସ୍ତା ରୋକୋ କରିଛନ୍ତି। ଫଳରେ ରାୟଗଡା ରୁ ଭବାନିପାଟଣା କୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେଇଛି। ଖବର ଲେଖାଯିବା ଯାଏଁ ରାସ୍ତାରୋକ ଜାରି ରହିଛି।

- Advertisement -

ବିଶ୍ଵନାଥପୂର ଥାନା ପୋଲିସ, ତହସିଲଦାର ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛିନ୍ତି। ତେବେ କ୍ଷତିପୁରଣ ଦାବୀରେ ରାସ୍ତା ରୋକୋ ଜାରି ରହିଛି। ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ଫେରାର ଅଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories