www.samajalive.in
Thursday, December 11, 2025
16.1 C
Bhubaneswar

ବିଜେପିର କଳାହାଣ୍ଡି ବନ୍ଦ: ଜନଜୀବନ ପ୍ରଭାବିତ

ଭବାନୀପାଟଣା : ଧାନର କଟନି ଛଟନି ବନ୍ଦ ତଥା କପାର ଅଭାବୀ ବିକ୍ରୀ ରୋକିବା, ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତ୍ୟାହାର ଆଦି ଦାବିରେ ଆଜି ବିଜେପି କଳାହାଣ୍ଡି ବନ୍ଦ ଡାକରା ଦେଇଥିଲା। ଆଜି ସକାଳ ୬ଟା ସନ୍ଧ୍ୟା ୬ ଟା ଯାଏଁ ଭବାନିପାଟଣା ସହରର କଲେଜ୍ ଛକ, ଆଇଟିଆଇ ଛକ, ତାରିଣୀ ମନ୍ଦିର ଛକ, ହିଲ ଟାଉନ, ନକଟିଗୁଡ଼ା, ଅର୍କାବାହିଲି ପଡା ଛକ ପ୍ରଭୃତି ୮ ସ୍ଥାନରେ ବିଜେପି ନେତୃବର୍ଗ ରାସ୍ତାରୋକ କରିଥିଲେ। ଫଳରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଅଟକି ରହିଥିଲା। ସହରର ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା। ଜିଲା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ମୋଟର ଚଲାଚଳ ବନ୍ଦ ରହିଥିଲା। ସହରର ବ୍ୟାଙ୍କ୍, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ବହୁ ସରକାରୀ ଅଫିସ କୁ ବିଜେପି ଆନ୍ଦୋଳନକାରୀ ମାନେ ବନ୍ଦ ରଖିଥିଲେ। ତେବେ ରେଲୱେ ଷ୍ଟେସନ ରାସ୍ତାରେ ଏକ ସରକାରୀ ଅଫିସ ବନ୍ଦ କରିବାକୁ ନେଇ ଜଣେ ଅଧିକାରୀ,  ଆନ୍ଦୋଳନକାରୀଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହେଇଛି। ବନ୍ଦ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଇଥିଲା। ଦଳର ଜିଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ନେତୃତ୍ୱ ରେ ରୋହିତ ଦୁର୍ଗା, ଶରତ ନାଏକ, ଭବେନ୍ଦ୍ର ପଣ୍ଡା, ବିଜୟଦେଵ ସାହୁ, କେଶବ ବିହାରୀଙ୍କ ସମେତ ବହୁ ନେତା, ନେତ୍ରୀ ବନ୍ଦ ପାଳନରେ ସାମିଲ ହୋଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories