www.samajalive.in
Monday, December 8, 2025
27.1 C
Bhubaneswar

ଆୟାପା ସ୍ବାମୀଙ୍କ ଆମ୍ବଲାମ ସହ ପୂର୍ଣ୍ଣକୁମ୍ଭ ପୂଜା ଅନୁଷ୍ଠିତ

ପଦ୍ମପୁର : ପଦ୍ମପୁର ଆୟାପା ଭକ୍ତଙ୍କ ପକ୍ଷରୁ ନୀଳକଣ୍ଠଶ୍ୱର ମନ୍ଦିରଠାରେ ପୂର୍ଣ୍ଣକୁମ୍ଭ ପୂଜା ଆୟୋଜନ କରାଯାଇଛି। ବୁଧବାର ସନ୍ଧ୍ୟା ୭ଟାରେ ପଦ୍ମପୁର ସ୍ଥିତ ନୀଳକଣ୍ଠଶ୍ୱର ମନ୍ଦିର ନିକଟସ୍ଥ ଆୟାପା ସାନିଦାନମ ନିକଟରେ ସମସ୍ତ ଆୟାପା ଦୀକ୍ଷାଧାରୀ ସ୍ବାମୀମାନେ ଯୋଗ ଦେଇ ପୂର୍ଣ୍ଣକୁମ୍ଭ ପୂଜା କରିଥିଲେ।। ସନ୍ଧ୍ୟା ୮ଟା ୩୦ରେ ଆମ୍ବଲାମ ପୂଜା ସହ ଆୟାପ ସ୍ଵାମୀଙ୍କ ବିଗ୍ରହକୁ ଅଭେଷେକ ର ଆୟୋଜନ କରାଯାଇଥିଲା । ସ୍ବାମୀମାନେ ଆୟାପଙ୍କ ଭଜନ କୀର୍ତ୍ତନ ଗାନକରିଥିଲେ। ରାତ୍ର ୧୧ଟାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ସମସ୍ତ ପୂଜାକାର୍ଯ୍ୟ ପଦ୍ମପୁର ସାନିଦାନମର ମୁଖ୍ୟ ଗୁରୁ ସ୍ୱାମୀ ବୁଜି ଗୁରୁ ସ୍ୱାମୀ ସମ୍ପାଦନ କରିଥିବା ବେଳେ ରାବଣା ଗୁରୁସ୍ୱାମୀ, ଅରୁଣ ଗୁରୁସ୍ୱାମୀ, ଗଣପତି ଗୁରୁ ସ୍ୱାମୀ, ଡମ୍ବ ଗୁରୁ ସ୍ୱାମୀ, ସନ୍ତୋଷ, ନରସିଙ୍ଗ, ପିଙ୍କୁ ସ୍ବାମୀ ସମେତ ବହୁ ସ୍ୱାମୀ ମାନେ ସହଯୋଗ କରିଥିଲେ । ଆଜିର ଏହି ପୂଜା ପରେ ୪୧ ଦିନରୁ ଉର୍ଦ୍ଧ ଦିନ ଧରି ମାନସିକ କରିଥିବା ଆୟାପ୍ସା ବ୍ରତଧାରୀମାନେ  ଆସନ୍ତା ୮ ତାରିଖ ଦିନ ଇରୀମୁଡ଼ି ଧରି  ଶବରମଲେଇ ଅଭିମୁଖେ ପାମ୍ବା ନଦୀରେ ସ୍ନାନ କରିବା ପାଇଁ ବାହାରି ପଡିବେ ବୋଲି ଗୁରୁ ସ୍ୱାମୀ ସୂଚନା ଦେଇଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories