www.samajalive.in
Wednesday, December 10, 2025
16.1 C
Bhubaneswar

ଜଙ୍ଗଲ ସୁରକ୍ଷା ପାଇଁ ରାସ୍ତାରୋକ

ଭବାନୀପାଟଣା: କଳାହାଣ୍ଡି, ନବରଙ୍ଗପୁର ସୀମାନ୍ତ ସହଜଖୋଲ ଜଙ୍ଗଲ ର ସୁରକ୍ଷା ଦାବିକରି ଆଜି ଆମପାଣି ରେ ରାସ୍ତାରୋକ ହେଇଛି। ୨୬ ନମ୍ୱର୍ ଜାତୀୟ ରାଜପଥ ଅବରୋଧ ହେଇଥିବାରୁ ଜୟପୁର ଭବାନୀପାଟଣା ଏବଂ ବିଜୁ ଏକ୍ସପ୍ରେସ ୱେ ରେ ଯାତାୟାତ ବାଧାପ୍ରାପ୍ତ ହେଇଛି।

ସୂଚନା ଅନୁଯାୟୀ ଏକଦା ଘଞ୍ଚ ଜଙ୍ଗଲ ପାଇଁ ପ୍ରସିଦ୍ଧି ଥିବା ସାହାଜଖୋଲ ଜଙ୍ଗଲ କ୍ରମଶଃ କାଠ ମାଫିଆ ଏବଂ ମକାଚାଷ ପାଇଁ ନିଜର ସ୍ୱତନ୍ତ୍ରତା ହରାଇବାକୁ ବସିଛି। କାଠ ମାଫିଆ ମାନଙ୍କ ସହିତ ପଡୋଶୀ ରାୟଗଡ଼ା, କୋରାପୁଟ ଏବଂ  ନବରଙ୍ଗପୁର ଅଞ୍ଚଳର କିଛି ଲୋକଙ୍କ ଲୋଲୁପ ଦୃଷ୍ଟି ସାହାଜଖୋଲ ଉପରେ ପଡିଥିବାରୁ ହଜାର ହଜାର ହେକ୍ଟର ଜଙ୍ଗଲ କାଟି ମକା ଚାଷ କରି ଆସୁଛନ୍ତି।

- Advertisement -

ଆମପାଣି ଫରେଷ୍ଟ ସେକ୍ସନ ଅଞ୍ଚଳର ଟିର୍ଲିଆମ, ଛକପଡା, କାଦୋମଲି, ଶର୍ଗିପାନି, ଲେଖାଆମ, ଗିରଲିମାଲ ଅଞ୍ଚଳରେ ପଡୋଶୀ ଜିଲ୍ଲାର ଅନେକ ଲୋକ ଆସି କ୍ରମଶଃ ହଜାର ହଜାର ହେକ୍ଟର ଜଙ୍ଗଲ କାଟି ପଦା କରିବାରେ ଲାଗିଛନ୍ତି। ସେହିପରି ବେହେରା ଫରେଷ୍ଟ ସେକ୍ସନର ଡୋକରୀଚଞ୍ଚରା ଯିବା ରାସ୍ତାର ଦୁଇକଡରେ ଓ ଭଟାପେନ, ଡୁମେରପାଣି ଅଞ୍ଚଳରେ ବ୍ୟାପକ ଗଛ କାଟି ମକାଚାଷ କରୁଛନ୍ତି। ଏହାକୁ ସ୍ଥାନୀୟ ଲୋକମାନେ ବିରୋଧ କଲେ ମଧ୍ୟ କୌଣସି ସୁଫଳ ମଲୁନି। ଏନେଇ ବାରମ୍ବାର ସ୍ଥାନୀୟ ଲୋକେ, ବନ ସୁରକ୍ଷା ସମିତି, ମହାସଂଘ ଅଭିଯୋଗ କଲେ ମଧ୍ୟ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।

ଏଣୁ ବନ ସୁରକ୍ଷା ମହାସଂଘ ଦ୍ବାରା ଆମପାଣି ଫରେଷ୍ଟ ସେକ୍ସନ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଦୀର୍ଘ ସମୟ ରାସ୍ତାରୋକ ପରେ ଆମପାଣି ପୋଲିସ ବୁଝାସୁଝା କରିବା ଯୋଗୁଁ ସଂଘ ସଦସ୍ୟ ମାନେ ରାସ୍ତାରୋକ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି। ତେବେ ସନ୍ଧ୍ୟା ସୁଦ୍ଧା ବନ ବିଭାଗ ଉଚ୍ଚ ଅଧିକାରୀ ଘଟଣାସ୍ଥଳ କୁ ନଆସିଲେ ଆନ୍ଦୋଳନ ଜାରି ରହିବା ବୋଲି ସଂଘ କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି।

ବନ ସୁରକ୍ଷା ସମିତି ମହାସଂଘର ସଭାପତି ହେମନ୍ତ ମାଝୀ, ଉପ ସଭାପତି ତ୍ରିନାଥ ପୋଟା, କାର୍ଯ୍ୟକାରୀ ସଭାପତି ଭବେଶ ଗଇନ୍ତା, ସମ୍ପାଦକ ଭଜମନ ନାଏକ, ସହ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ନାଏକ, ସାଙ୍ଗଠାନିକ ସମ୍ପାଦକ ନିରଞ୍ଜନ ବାଗ, ସାଙ୍ଗଠାନିକ ସମ୍ପାଦିକା ହେମାଙ୍ଗିନି ହଂସ, କୋଷାଧ୍ୟକ୍ଷ ଭୁଜବଲ ସୋରି ପ୍ରମୁଖ କର୍ମକର୍ତ୍ତାଙ୍କ ସହ ୫୨ ଟି ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଆନ୍ଦୋଳନରେ ସାମିଲ ହେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories