ଆରଡି: ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞିକା ଅନୁଯାୟୀ ଶୁକ୍ରବାର ପବିତ୍ର ଗର୍ଭଣା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି କାର୍ତ୍ତିକବ୍ରତ। ଏଥିପାଇଁ ମଣିବବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶହତ୍ସାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଯେପରି ଶ୍ରଦ୍ଧାଳୁମାନେ ବାବାଙ୍କୁ ସୁଚାର ରୂପେ ଦର୍ଶନ କରିବେ ସେଥିପାଇଁ ସେବାୟତ ଓ ପାଳିଆ ସେବାୟତଙ୍କ ପକ୍ଷରୁ ମନ୍ଦିରର ଦୈନଦିନ ନୀତିକାନ୍ତି ଅନୁଯାୟୀ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି କରାଯାଇଥିଲା। ଏପରି ପବିତ୍ର କାର୍ତ୍ତିକମାସ ତମାମ ପୀଠରେ ଅଗଣିତ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପରିଚାଳକ ବିଦ୍ୟାଧର ପଲାଇ ପ୍ରକାଶ କରିଛନ୍ତି। ତାହାସହ ଆସନ୍ତା ୨୭ରେ ଦୀପାବଳି ଉତ୍ସବ ପାଳିତ ହେବା ସହ ରାତ୍ରରେ ମହାଦୀପ ଉଠିବାର ପରମ୍ପରା ରହିଛି ବୋଲି ଶ୍ରୀ ପଲାଇ ପ୍ରକାଶ କରିଛନ୍ତି।
Popular Categories



