www.samajalive.in
Friday, December 5, 2025
26.1 C
Bhubaneswar

ଭରତପୁର ସୁରେଖା ପଲେଇ ହତ୍ୟା ମାମଲା – ପୁରୁଷ ବନ୍ଧୁ ଗିରଫ, କହିଲେ ଏମିତି କଥା

ଭୁବନେଶ୍ୱର – ରାଜଧାନୀ ଉପକଣ୍ଠ ଭରତପୁରରେ ସୁରେଖା ପଲେଇ ନାମକ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ପୋଲିସ ସୁରେଖାଙ୍କ ପୁରୁଷ ବନ୍ଧୁଙ୍କ ସହ ଅନ୍ୟ ଦୁଇ ଜଣ ମୋଟ୍‌ ତିନିଜଣଙ୍କୁ ଗିରଫ କରିଛି । ତେବେ ସୁରେଖା ଏକ ତରଫା ପ୍ରେମ ଯୋଗୁଁ ଆତ୍ମହତ୍ୟା କରିଥିବା ପୁରୁଷ ବନ୍ଧୁ ବିଶ୍ୱଜିତ୍‌ ଜେନା କହିଛି । ବିଶ୍ୱଜିତ୍‌ ଘରେ ସୁରେଖା ରଶି ଦେଇ ଆତ୍ମହତ୍ୟା କରିଥିବେ ସେ କହିଛି ।

ଘଟଣା ଦିନ ସେମାନେ ଭୋଜି ଭାତ କରିଥିଲେ। ଏହାପରେ ସୁରେଖା ସେମାନଙ୍କୁ ବାହାରୁ କବାଟ ଦେଇ ଆତ୍ମହତ୍ୟା କରିଥିବା ସେ କହିଛି । ପରେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ସହ ସୁରେଖାଙ୍କ ମୃତ ଶରୀରକୁ ତାଙ୍କ ଘରେ ରଖି ଫେରାର ହୋଇଯାଇଥିଲେ । ବିଶ୍ୱଜିତ୍‌ ଘରୁ ରକ୍ତ ଲଗା ଲୁଗା ସହ ଅନ୍ୟ କିଛି ଜିନିଷ ପୋଲିସ ଜବତ କରିଛି । ପୋଲିସ ଫୋରେନସିକ୍‌ ଟିମ୍‌ ଏବଂ ଏମସ୍‌ର ଡାକ୍ତରୀ ଦଳକୁ ନେଇ ପୁଣି ଥିଲେ ଏହାର ତଦନ୍ତ କରିଥିଲା । ଅଭିଯୁକ୍ତମାନଙ୍କୁ ପୋଲିସ୍‌ ଅଧିକ ପଚରା ଉଚରା କରୁଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories