www.samajalive.in
Monday, December 8, 2025
14.1 C
Bhubaneswar

‘ପ୍ରତିଭା ପୂଜା ଓଡ଼ିଶା ସଂସ୍କୃତିର ପରମ୍ପରା’

କଟକ : ପ୍ରତିଭା ପୂଜା ଆମ ସଂସ୍କୃତିର ମହାନ ପରମ୍ପରା। ପ୍ରତିଭାଙ୍କୁ ସମ୍ମାନିତ କରିବା ଏକ ମହତକାର୍ଯ୍ୟ। ଦୀର୍ଘବର୍ଷ ଧରି ଭାରତ ମସଲା ଏହି ପରମ୍ପରାକୁ ବଜାୟ ରଖି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣୁଥିବା ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ଏକ ପ୍ରଶଂସନୀୟ କାର୍ଯ୍ୟ। ଏହା ପ୍ରତିଭାଙ୍କୁ ପ୍ରେରଣା ଦେବା ସହିତ ଅନ୍ୟ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଭାରତ ମସଲାର ବାର୍ଷିକ ଉତ୍ସବ ତଥା ୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହରେ ଅତିଥି ମାନେ ମତ ରଖିଛନ୍ତି।
ଶରଣାରବିନ୍ଦ ଓଝାଙ୍କ ସଂଯୋଜନାରେ ରାମଦାସପୁରସ୍ଥିତ ଭାରତ ମସଲା କମ୍ପାନୀରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ଅଧ୍ୟକ୍ଷତା କରି ସୁରେନ୍ଦ୍ରନାଥ ପଣ୍ଡା ତାଙ୍କ ଅତୀତର ସ୍ମୃତିକୁ ମନେ ପକାଇବା ସହ ଜଗନ୍ନାଥଙ୍କ ମାଟିରେ ଜନ୍ମ ବ୍ୟକ୍ତି କେବେ ଦୁର୍ବଳ ନୁହଁନ୍ତି ବୋଲି କହିଥିଲେ। ଭାରତ ମହାନ ଓ ତା’ର ସଂସ୍କୃତି ପରମ୍ପରା ମହାନ। ଓଡ଼ିଶା ଏକ ସ୍ୱାଭିମାନ ରାଜ୍ୟ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ଭାରତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତ କୁମାର ପଣ୍ଡା ଓଡ଼ିଶା ମାଟିରେ ଜନ୍ମ ନେଇ ଦେଶ ବିଦେଶରେ ସୁନାମ ଅର୍ଜନ କରୁଥିବା ପ୍ରତିଭାଙ୍କୁ ବର୍ଷବର୍ଷ ଧରି ସମ୍ମାନ ଦେଇ ପୂଜ୍ୟପୂଜାର ପରମ୍ପରାକୁ ଜୟ ଭାରତ ଟ୍ରଷ୍ଟ ଅକ୍ଷୂର୍ଣ୍ଣ ରଖିଥିବା କହିଥିଲେ। ଏହି ଧାରାକୁ ଅବ୍ୟାହତ ରଖିବା ପାଇଁ କମ୍ପାନୀର ପ୍ରତ୍ୟେକ କର୍ମଚାରୀ ଝାଳବୁହା ପରିଶ୍ରମ କରି ଆମକୁ ଋଣୀ କରି ଦେଉଛନ୍ତି। ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇପାରିଥିବା କହିବା ସହିତ ସମସ୍ତ କର୍ମଚାରୀଙ୍କୁ ସମ୍ମାନ ଜଣାଇଥିଲେ। ଉତ୍ସବକୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଉଦ୍‍ଘାଟନ କରିଥିବା ବେଳେ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି, ବିଧାୟକ ଦେବୀ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି, ମେୟର ସୁବାସ ସିଂହ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ଚଳିତବର୍ଷର ‘ଭାରତ ଗୌରବ’ ସମ୍ମାନ ପ୍ରଦାନ କରିଥିଲେ। ସମ୍ମାନିତ ହେବା ଅବସରରେ ଭଗତ କହିଲେ ଯେ, ପିଲାବେଳେ ଆମ ଘରକୁ ଆସୁଥିବା ଭାରତ ମସଲା ବ୍ୟବହାର ବିଷୟରେ ଜାଣିଥିଲୁ। ସଂଘର୍ଷ ଭିତରୁ ଜନ୍ମ ନେଇଥିବା ଭାରତ ମସଲାର କାରବାର ୪୦୦କୋଟି ଟଙ୍କାରେ ପହଞ୍ଚିଥିବା ଜାଣି ସେ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କଥାକାର ପ୍ରଫେସର ଡ. ଦାଶରଥୀ ଦାସଙ୍କୁ ‘କଥା ଭାରତ’, ପ୍ରଶାସନିକ ସେବା କ୍ଷେତ୍ରରେ ଓଡ଼ିଶାର ସମ୍ମାନକୁ ଦେଶରେ ଉଚ୍ଚା କରି ରଖିଥିବା ଓଡ଼ିଆ ପୁଅ ଆଇଆରଏସ୍‍ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ‘ସେବା ଭାରତ’, ମହିଳା କ୍ରିକେଟର ମଧୁସ୍ମିତା ବେହେରାଙ୍କୁ ‘କ୍ରୀଡ଼ା ଭାରତ’, ପ୍ରଶାନ୍ତ ନନ୍ଦଙ୍କୁ ‘ସଂସ୍କୃତି ଭାରତ’ ସମ୍ମାନ ପ୍ରଦାନ କରାଯାଇଥିଲା। +୨ ବାଣିଜ୍ୟ, କଳା ଓ ବିଜ୍ଞାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଉତ୍କର୍ଷତା ପ୍ରତିପାଦନ କରିଥିବା ଶୁଭଶ୍ରୀ ପଟ୍ଟନାୟକ, ପ୍ରିୟଙ୍କା ସାହୁ ଏବଂ ଜିତେନ୍‍ ମହାଳିକଙ୍କୁ ‘ବିଦ୍ୟା ଭାରତ’ ସମ୍ମାନ ପ୍ରଦାନ କରାଯିବା ସହ ପ୍ରୋତ୍ସାହନ ରାଶି ଚେକ୍‍ ଆକାରରେ ଦିଆଯାଇଥିଲା। ମୁଖ୍ୟ ପ୍ରବନ୍ଧକ ଅରୁଣ କୁମାର ନାୟକ ବିବରଣୀ ପାଠ କରିଥିଲେ। ନିର୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ନିର୍ଦେ‌ଶିକା ନମିତା ପଣ୍ଡା, ନନ୍ଦିତା ପଣ୍ଡା, ଜେନେରାଲ ମ୍ୟାନେଜର(ପ୍ରଡକ୍ସନ) ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories