www.samajalive.in
Sunday, December 14, 2025
23.1 C
Bhubaneswar

ଲାଲକିଲ୍ଲା ମଇଦାନରେ ‘ଭାରତ ପର୍ବ – ୨୦୨୦’

ନୂଆଦିଲ୍ଲୀ :  ଭାରତ ଭାବନାର ଉତ୍ସବ ‘ଭାରତ ପର୍ବ – ୨୦୨୦’ ନୂଆଦିଲ୍ଲୀର ଲାଲକିଲ୍ଲା ମଇଦାନରେ ଆଜିଠାରୁ ଆରମ୍ଭ ହୋଇଛି । ଏହା ଫେବୃୟାରୀ ପହିଲା ପର୍ଯ୍ୟନ୍ତ ଚାଲିବ। ଜନସାଧାରଣଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବାପାଇଁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ମନରେ ‘ଦେଖୋ ଅପ୍‍ନା ଦେଶ’ ଭାବନାକୁ ଉଜ୍ଜୀବୀତ କରାଇବା ହେଉଛି ଭାରତ ପର୍ବର ଉଦ୍ଦେଶ୍ୟ । ଚଳିତବର୍ଷ ଭାରତ ପର୍ବର ବାର୍ତ୍ତା ହେଉଛି ‘ଏକ ଭାରତ – ଶ୍ରେଷ୍ଠ ଭାରତ’ ଏବଂ ମହାତ୍ମା ଗାନ୍ଧୀଙ୍କ ଜନ୍ମର ୧୫୦ବର୍ଷ ପୂର୍ତ୍ତି ପାଳନ।

ଏଥିରେ ୫୦ରୁ ଅଧିକ ଖାଦ୍ୟ ଷ୍ଟଲ, ୭୯ଟି ହସ୍ତକଳା ଓ ହସ୍ତ ଶିଳ୍ପ ଷ୍ଟଳ ଏବଂ ବିଭିନ୍ନ ବିଷୟ ବସ୍ତୁକୁ ନେଇ ୨୭ଟି ପ୍ୟାଭିଲିୟନ ପ୍ରତିଷ୍ଠା କରାଯାଇଛି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ମଧ୍ୟାହ୍ନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ​‌ସର୍ବସାଧାରଣଙ୍କ ପାଇଁ ଭାରତ ପର୍ବ ପରିଦର୍ଶନ ପାଇଁ ଖୋଲା ରହିବ । ଏଥିପାଇଁ ନିଃଶୁଳ୍କ ପ୍ରବେଶର ବ୍ୟବସ୍ଥା କରାଯାଇଛି।

- Advertisement -

 

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories