ଭଦ୍ରକ : ଭଦ୍ରକ ଜିଲ୍ଲା ଧାମରା ବନ୍ଦର କର୍ମଚାରୀ ସଂଘ ପକ୍ଷରୁ ଧାମରା ପୋର୍ଟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ବନ୍ଦର କାର୍ଯ୍ୟରେ ନିଯୋଜିତ ଠିକାଦାର ମାନଙ୍କର ଶ୍ରମିକ ଶୋଷଣ ନୀତି , ବାର୍ଷିକ ବେତନ ବୃଦ୍ଧି ନ ହେବା ଓ କୌଣସି କାରଣ ନ ଥାଇ କାମରୁ ଛଟେଇ କରିବା ପ୍ରତିବାଦରେ ସୋମବାର କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ନିକଟରେ ୮ ଜଣ ଶ୍ରମିକଙ୍କୁ କାମ ରୁ ବହିଷ୍କାର କରିବା ଏବଂ ସେମାନଙ୍କର ଦାବି ପୂରଣ ନ କରିବାକୁ ସଂଘ ଘୋର ବିରୋଧ କରିଛି । ଶ୍ରମିକ ମାନଙ୍କୁ ୧୨ ଘଣ୍ଟା କାର୍ଯ୍ୟ କରାଇ ୮ ଘଣ୍ଟାର ହାଜିରା ପ୍ରଦାନ କରିବା ଏବଂ ଶ୍ରମ ଆଇନ ଦ୍ଵାରା ପ୍ରଣୀତ ଓ ବୈଧାନିକ ବ୍ୟବସ୍ଥାକୁ ଲାଗୁ ନ କରିବା, ବାର୍ଷିକ ବେତନ ବୃଦ୍ଧି ବର୍ତମାନ ପର୍ଯ୍ୟନ୍ତ ନ କରିବା ଦାବିରେ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯିବା ନେଇ ଚେତାବନୀ ଦିଆଯାଇଛି।
Popular Categories



