ଆରଡିପୀଠରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

ଆରଡି : ଭଦ୍ରକ ଜିଲା ଜିଲାପାଳ ଜ୍ଞାନ ଦାସଙ୍କ ଦ୍ୱାରା ସୋମବାର ଆରଡିପୀଠ ଆଖଣ୍ଡଳମଣି ଅତିଥି ଅବ୍ୟର୍ଥନା କେନ୍ଦ୍ରରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଭଦ୍ରକ ଉପ-ଜିଲାପାଳ ପିତାମ୍ବର ସାମଲ, ଅତରିକ୍ତ ଆରକ୍ଷୀଅଧିକ୍ଷକ, ଜରୁରୀକାଳୀନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଚାନ୍ଦବାଲି ତହସିଲିଦାର ସତ୍ୟଜିତ ରାଉତ ଓ ବିଡିଓଙ୍କ ସହ ଜଳପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, ବନଖଣ୍ଡ, ଖାଉଟି ଆଦି ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ମିଳିତ ଅଭିଯୋଗ ଶୁଣାଣିରେ ୧୧୧ଜଣ ନିଜର ଓ ନିଜ ଅଞ୍ଚଳର ସମସ୍ୟା ଜଣାଇଥିଲେ। ବିଶେଷକରି ପୀଠରେ ଥିବା  ବହୁ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଆଖଣ୍ଡଳମଣି ନୋଡଲା ଉଚ୍ଚ ବିଦ୍ୟାଳୟରେ ନାନା ପ୍ରକାରର ସମସ୍ୟା ଦେଖା ଦେବା ଫଳରେ ବିଭିନ୍ନ ସମୟରେ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ସମସ୍ୟା ଉପୁଜିଥିବା ବେଳେ ଦୀର୍ଘ ୬ମାସରୁ ଉର୍ଦ୍ଧ ହେବ ଡାକ୍ତଖାନାରେ ଡାକ୍ତର ନଥିବାରୁ ଆରଡିପୀଠ ସମେତ ଆଖପାଖ ୬ଗୋଟି ପଞ୍ଚାୟତର ଲୋକ  ଓ ଆଗନ୍ତୁକ ଭକ୍ତମାନେ ସାମାନ୍ୟ ପ୍ରାଥମିକ ଚିକିତ୍ସା ନପାଇବା ଅତ୍ୟନ୍ତ ଦୁଖଃର ବିଷୟ ବୋଲି ସ୍ଥାନୀୟ ଲୋକମାନେ ଜିଲାପାଳ ଶ୍ରୀ ଦାସଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ସେହିପରି ପୀଠର ପରିମଳ, ରାସ୍ତାଘଟ, ଚାଷୀମାନଙ୍କ ସମସ୍ୟା, ଖାଉଟି କାର୍ଡ, ଭିନ୍ନକ୍ଷମ ଆଦି ବାବାଦରେ ସାଧାରଣ ଲୋକମାନେ ଜିଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ସିଧାସଳଖ ଭାବେ ତାଙ୍କର ସମସ୍ୟା ବାବଦରେ ଜଣାଇଥିଲେ। ତାହାସହ ଆରଡି ରାଜସ୍ୱ ନିରିକ୍ଷକ ଅଧିକାରିଙ୍କ ପକ୍ଷରୁ ନାମ ପଞ୍ଜିକରଣ କରାଯାଇଥିବା ବେଳେ ଚାନ୍ଦବାଲି ବ୍ଲକର ତଳମାଳ  ଅଞ୍ଚଳ ଭାବେ ପରିଚିତ  ଆରଡି, ସୁନ୍ଦରପୁର, ଓଳଗ ଓ ନାନ୍ଦପୁର ପଞ୍ଚାୟତର ୪ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହି ଉକ୍ତ ଶିବିରରେ ସହଯୋଗ କରିଥିଲେ।

Comments are closed.