www.samajalive.in
Saturday, December 6, 2025
26.1 C
Bhubaneswar

ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆଉ ୨ଦିନ

ଆରଡି : ଆଉମାତ୍ର ୨ଦିନ ପରେ ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା। ଏହିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨ଥର ପ୍ରସ୍ତୁତି ବୈଠକ କରାଯାଇଛି। ହେଲେ କେତେକ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ପ୍ରସ୍ତୁତି କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡିଛି। ବିଶେଷକରି ଦୀର୍ଘ ୨ବର୍ଷ ହେବ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀର ସୈାନ୍ଦର୍ଯ୍ୟକରଣ ଓ ପଙ୍କ ଉଦ୍ଧାର ନିମନ୍ତେ ପାଣି ସୁଖାଯାଇଥିଲା। ହେଲେ କାର୍ଯ୍ୟ ପୂର୍ଣ୍ଣାଙ୍ଗ ନକରି ଠିକାଦାର ଅଧାରୁ ଛାଡି ପଳାଇବା ପରେ ପୂର୍ବପରି ପୁଷ୍କରିଣୀ ଦୂଷିତ ହୋଇ ପଡିଥିଲା। ଏପରିକି ଦୂଷିତ ପାଣି ନିଷ୍କାସନ କରାଯାଇ ବିଶୁଦ୍ଧ ପାଣି ପୁରାଇବା ପାଇଁ ଜାଗରଯାତ୍ରା ପ୍ରସ୍ତୁତି ବୈଠକରେ ଡ୍ରେନେଜ ବିଭାଗକୁ ଜିଲାପାଳ ପରାମର୍ଶ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଷ୍କରିଣୀ ମଧ୍ୟକୁ ବିଶୁଦ୍ଧ ପାଣି ଭରାଯାଇ ପାରିଲାନାହିଁ। ସେହିପରି ପୀଠରେ ଦୀର୍ଘଦିନ ଧରି ଅନେକ ନଳକୂପ ଅଚଳ ହୋଇ ପଡିଥିବା ବେଳେ ବିଭିନ୍ନ ସ୍ଥାନରେ ପାନୀୟଜଳ ପଏଣ୍ଟ ଗୁଡିକର ଟେପ ନଥିବାରୁ କେଉଁଠି ପାଣି ଅନବରତ ଭାଷୁଛି ତ ଆଉ କେଉଁଠି ପାଇପ ଜାମ ରହିଥିବାରୁ ପାଣି ବାହାରୁ ନାହିଁ। ଏପରି ସମସ୍ୟା ବାବଦରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଯାଉଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହେଉନଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ଅନ୍ୟପଟେ ଯାତ୍ରାର ୨ଦିନ ପୂର୍ବରୁ ୩ଦିନ ଧରି ନିରବିଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ଜିଲାପାଳଙ୍କ ନିକଟରେ ଆଲୋଚନା କରିଥିଲେ ମଧ୍ୟ ମରାମତି ଆଳରେ ଗତ ୩ଦିନ ହେବ ପୀଠରେ ବାରମ୍ବାର ବିଦ୍ୟୁତ କାଟ କରାଯାଉଥିଲେ ମଧ୍ୟ ପୂର୍ବପରି ପୀଠର ମୁଖ୍ୟ ବଜାର ସମେତ ପୁଷ୍କରିଣୀ ହୁଡା ଓ ଅନେକ ସାହିରେ ବିଦ୍ୟୁତ ତାର ଓ ଖୁଣ୍ଟି ଓହଳି ରହିଛି। ଚଳିତ ଜାଗରଯାତ୍ରାରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଗାଡି ପାର୍କିଂର ସ୍ଥାନ ପରିବର୍ତ୍ତନ କରାଯାଇଥିବାରୁ ଘରୋଇ ଗାଡି ନେଇ ଆସୁଥିବା ଭକ୍ତମାନେ ବହୁ ହଇରାଣ ହେବେ , ଏଥିପାଇଁ ପ୍ରଶାସନ ପୁନଃବିଚାର କରିବା ପାଇଁ ସ୍ଥାନୀୟ କେତେକ ଲୋକ ପ୍ରକାଶ କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories