ଭଦ୍ରକ : ବରପଦା ଇଞ୍ଜିନିଅରିଂ କଲେଜର ଡିପ୍ଲୋମା ଅଧ୍ୟକ୍ଷଙ୍କୁ ସୋମବାର ଆକ୍ରମଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ନିଲମ୍ବିତ କର୍ମଚାରୀ ଓ ସହଯୋଗୀ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଅଧ୍ୟକ୍ଷ ଗଙ୍ଗାଧର ଧଳ ନିଜ କାର୍ଯ୍ୟାଳୟରେ ବସି କାମ କରୁଥିବା ବେଳେ ତାଙ୍କୁ ବିଧା, ଗୋଇଠା ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଧ୍ୟକ୍ଷଙ୍କୁ ପଚରାଉଚରା କରୁଛି ।
ଶ୍ରାବଣର ୩ୟ ସୋମବାରରେ ଗ୍ରହଙ୍କ ଦୁର୍ଳ୍ଲଭ ସଂଯୋଗ.. ପୁଣି ରାଜଯୋଗ; ଏହି ରାଶି ହେବେ ମାଲାମାଲ୍, ମିଳିବ ଏସବୁ ଖୁସି



