www.samajalive.in
Saturday, December 13, 2025
21.1 C
Bhubaneswar

ଇଡି ଖୋଲିବ ନାଗ ପେଡ଼ି; ଚାଲିଛି ଅର୍ଚ୍ଚନାଙ୍କ ପୈତୃକ ଘରେ ତନାଘନା

ଭବାନୀପାଟଣା: ଇଡି ଖୋଲିବ ନାଗ ପେଡ଼ି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଫିଟିବ ଗୁମର । ଅର୍ଚ୍ଚନା ନାଗର ଆୟର ସୂତ୍ର ଜାଣିବାକୁ କଳାହାଣ୍ଡି କେସିଙ୍ଗାରେ ପହଞ୍ଚିଛି ଇଡି । ଦୁଇଟି ଗାଡିରେ ଇଡିର ଟିମ୍ କେସିଙ୍ଗାରେ ପହଞ୍ଚି ଅର୍ଚ୍ଚନାର ପୈତୃକ ଘରେ ତନାଘନା ଚଳାଇଛନ୍ତି ।

ଏହି ଟିମରେ ସ୍ଵତନ୍ତ୍ର ପୁଲିସ ସହ ପ୍ରାୟ ୧୪ ଜଣ ଥିବା ଜଣାପଡିଛି । ଅର୍ଚ୍ଚନାର ଘର ୧୦୦ ମିଟର ମଧ୍ୟରେ କାହାକୁ ଛଡ଼ାଯାଉନି । ବାହାରେ ପୁଲିସ ମଧ୍ୟ ଜଗିରହିଛି । ତେବେ ସ୍ଥାନୀୟ ପୁଲିସ ପାଖରେ ଏନେଇ କୌଣସି ସୂଚନା ନାହିଁ ବୋଲି ଜଣାପଡ଼ିଛି । ସକାଳୁ ସକାଳୁ ଇଡି ଟିମ୍ ପହଞ୍ଚିବା ପରେ କେସିଙ୍ଗାରେ ଏକ ପ୍ରକାରର ଅନ୍ୟ ମାହଲ ସୃଷ୍ଟି ହୋଇଛି ।

- Advertisement -

ସୂଚନା ଥାଉକି, ପୂର୍ବରୁ କମିସନରେଟ ପୁଲିସ ଯେଉଁ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା ସେ ସଂକ୍ରାନ୍ତରେ ୨ଟି ଏତଲା କପି ଇଡିକୁ ହସ୍ତାନ୍ତର କରାଯାଇଥିଲା। ସେହି ମାମଲାର ତଦନ୍ତ ଆଜିଠୁ ଇଡି ଆରମ୍ଭ କରିଛି । କଳାହାଣ୍ଡି କେସିଙ୍ଗାରେ ପହଞ୍ଚିଛି ଇଡି ଅର୍ଚ୍ଚନାଙ୍କ ପୈତୃକ ଘରେ ତନାଘନା ଚଳାଇଛି । ସକାଳୁ ସକାଳୁ ଇଡିର ଏହି ତନାଘନା କ୍ଷମତା ଅଳିନ୍ଦରେ କମ୍ପନ ସୃଷ୍ଟି କରିଛି । କାରଣ ନାଗ-ଫାଶରେ ଏକାଧିକ ରାଜନେତା, ମନ୍ତ୍ରୀ, ବ୍ୟୁରୋକ୍ରାଟ, ପୁଲିସ ଅଧିକାରୀ ଓ ମୁଷ୍ଟିମେୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ଚାଲିଛି।

ଏପରିକି ଅର୍ଚ୍ଚନାଙ୍କ ସହ କିଛି ନେତା, ମନ୍ତ୍ରୀ ଓ ପୁଲିସ ଫଟୋ ଲୋକ ଲୋଚନକୁ ଆସି ସାରିଛି। ନାଗ-ଫାଶରେ ପଡ଼ିଥିବା କେତେକ ହେଭିୱେଟ ଅର୍ଚ୍ଚନା ଓ ସ୍ବାମୀ ଜଗବନ୍ଧୁ ଚାନ୍ଦକୁ କୋଟି କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଆସୁଛି। ଟଙ୍କା ଦେଇଥିବା ବ୍ୟକ୍ତିମାନେ ଇଡି ଜେରାର ସମ୍ମୁଖୀନ ହେବା ନିଶ୍ଚିତ ହୋଇଛି। ଏତଲା କପି ପାଇବା ପରେ ଇଡି ପକ୍ଷରୁ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି। ଉକ୍ତ ଦଳ ଚାନ୍ଦ ଦମ୍ପତିଙ୍କ ବେଆଇନ ଆର୍ଥିକ କାରବାର ଖୋଳତାଡ଼ କରିବା ଆରମ୍ଭ କରିଛି ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories