www.samajalive.in
Thursday, December 11, 2025
14.1 C
Bhubaneswar

ଜାଣନ୍ତୁ.. ଏହି ସୁପରଫୁଡ୍‌‌କୁ ସେବନ କରିବାର ସଠିକ୍‌‌ ସମୟ

କଦଳୀ, କମଳା, ସେଓ, ଟମାଟୋ ଓ ଦହି ଆଦି ଖାଦ୍ୟ ପୋଷକ ତତ୍ତ୍ୱରେ ଭରପୁର। ତେଣୁ ଏହାକୁ ନିଜର ନିୟମିତ ଖାଦ୍ୟ ତାଲିକାରେ ସାମିଲ କରାଯାଏ। ମାତ୍ର ଏହି ସମସ୍ତ ଖାଦ୍ୟକୁ ସମସ୍ତ ସମୟରେ ଖିଆଯାଏ ନାହିଁ। ଏହି ସ୍ୱତନ୍ତ୍ର ଖାଦ୍ୟକୁ କିଛି ନିର୍ଦ୍ଦିଷ୍ଟ ସମୟରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହାକୁ କେଉଁ ସମୟରେ ଖାଇବା ଉଚିତ ତାହା ସଭିଁଙ୍କୁ ଜଣାନଥାଏ। ଏହି ସୁପରଫୁଡ୍‌‌କୁ ଭୁଲ୍‌‌ ସମୟରେ ଖାଇବା ଦ୍ୱାରା ଲାଭ ବଦଳରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ..

କଦଳୀ ଖାଇବାର ସଠିକ୍‌‌ ସମୟ ମଧ୍ୟାହ୍ନ। ଏହି ସମୟରେ କଦଳୀ ଖାଇବା ଦ୍ୱାରା ରୋଗ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ତ୍ୱଚାକୁ ମଧ୍ୟ ସୁସ୍ଥ ରଖିଥାଏ।
ରାତିରେ କଦଳୀ ଖାଇବା ଉଚିତ ନୁହେଁ। ହଜମ କ୍ରିୟା ଉପରେ କୁପ୍ରଭାବ ପକାଇଥାଏ।

- Advertisement -

ସେଓ – ସେଓ ସକାଳର ଜଳଖିଆ ଖାଇବା ସମୟରେ ଖାଇବା ଲାଭଦାୟକ। ଏହା ପେଟରେ ଜମିଥିବା ଅଦରକାରୀ ପଦାର୍ଥକୁ ନିର୍ଗତ କରିବାରେ ସହାୟକ ହୋଇଥାଏ।
ରାତିରେ ସେଓ ଆଦୌ ଖାଆନ୍ତୁ ନାହିଁ।

ଟମାଟୋ- ଟମାଟୋକୁ ଦିନ ସମୟରେ ଖାଆନ୍ତୁ। ଏହା ସହଜରେ ହଜମ ହେବା ସହ ମେଟାବୋଲିଜିୟମ ସଠିକ୍‌‌ ରହିଥାଏ।
ରାତିରେ ଟମାଟୋ ଖାଆନ୍ତୁ ନାହିଁ। ରାତିରେ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ, ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

କମଳା- ସନ୍ଧ୍ୟା ସମୟରେ କମଳା ଖାଆନ୍ତୁ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏହାର ଭିଟାମିନ ସି ଗୁଣ ତ୍ୱଚା ଓ କେଶକୁ ସୁସ୍ଥ ରଖିଥାଏ।
ସକାଳର ଜଳଖିଆରେ ଏହାର ସେବନ କରନ୍ତୁ ନାହିଁ। ସେହି ସମୟରେ ପେଟ ସମ୍ପୂର୍ଣ୍ଣ ଖାଲି ଥିବାରୁ କମଳା ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ ସହ ଅନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

ବାଦାମ – ଖରାବେଳର ଖାଦ୍ୟ ଖାଇବା ପରେ ବାଦାମ ଖାଇପାରିବେ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ସଠିକ୍‌‌ ରହିବା ସହ ହୃଦୟ ମଧ୍ୟ ସୁସ୍ଥ ରହିଥାଏ।
ରାତିରେ ଏହାର ସେବନ କରନ୍ତୁ ନାହିଁ। ଏହା ଶରୀରରେ କ୍ୟାଲୋରୀ ଅଧିକ ବଢାଇଥାଏ। ରାତିରେ ଖାଇବା ଦ୍ୱାରା ପେଟ ମଧ୍ୟ ବଢିଥାଏ।

ଦହି- ଏହାକୁ ଖରାବେଳର ଖାଦ୍ୟ କିମ୍ବା ରାତି ଖାଦ୍ୟ ଖାଇବା ପରେ ଖାଇପାରିବେ। ମାତ୍ର ସକାଳେ ଖାଲି ପେଟରେ ଖାଆନ୍ତୁ ନାହିଁ। ଏସିଡିଟି ସମସ୍ୟା ହୋଇଥାଏ।

 

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories