www.samajalive.in
Friday, December 12, 2025
15.1 C
Bhubaneswar

ମହାକାଶରେ ‘ବରମୁଡା ଟ୍ରାଏଙ୍ଗେଲ୍’

ରହସ୍ୟମୟ ସ୍ଥାନ ଭାବେ ‘ବରମୁଡା ଟ୍ରାଏଙ୍ଗେଲ୍’ ଜଣାଯାଏ। ଆଟଲାଣ୍ଟିକ୍ ମହାସାଗରର ଏକ ନିର୍ଦିଷ୍ଟ ସ୍ଥାନକୁ ଗବେଷକଦଳ ‘ବରମୁଡା ଟ୍ରାଏଙ୍ଗେଲ୍’ ଭାବେ ଚିହ୍ନଟ କରିଛନ୍ତି। ଏହା ଉପର ଦେଇ ଯାଉଥିବା ବିମାନ ଓ ମହାସାଗରରେ ଯାତ୍ରା କରୁଥିବା ପାଣିଜାହାଜ ସଂଖ୍ୟାଧିକ ନିରୁଦ୍ଦିଷ୍ଟ ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେସବୁର କୌଣସି ପତ୍ତା ମିଳିନାହିଁ। କେବଳ ଯେ ପୃଥିବୀପୃଷ୍ଠରେ ବରମୁଡା ଟ୍ରାଏଙ୍ଗେଲ୍ ଭଳି ରହସ୍ୟମୟ ସ୍ଥାନ ଅଛି, ତା’ ନୁହେଁ। ମହାକାଶରେ ମଧ୍ୟ ଏପରି ସ୍ଥାନ ଥିବାର ବୈଜ୍ଞାନିକ ପ୍ରକାଶ କରିଛନ୍ତି।

ନାସାର ମହାକାଶଚାରୀ ଟେରୀ ୱର୍ଟସ୍‌ କହିଛନ୍ତି, ମହାକାଶଯାତ୍ରା ସମୟରେ ସେ ବରମୁଡା ଟ୍ରାଏଙ୍ଗେଲ୍ ପରି ଏକ ସ୍ଥାନର ଅନୁଭବ କରିଥିଲେ। ​‌ମହାକାଶ ଯାତ୍ରା ସମୟରେ ସେ ଶୋଇବାକୁ ଯାଉଥିବାବେଳେ ହଠାତ୍ ଏକ ଉଜ୍ଜ୍ଵଳ ଆଲୋକ ସେ ଦେଖିଲେ। କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲେ। ପାଖାପାଖି ୩୦ ମିନିଟ୍ ପରେ ଟେରୀ ସ୍ବାଭାବିକ ହେଲେ। ନାସା ବୈଜ୍ଞାନିକଙ୍କ କହିବାନୁସାରେ, ମହାକାଶର ଏଇ ସ୍ଥାନଟି ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗରର ଠିକ୍ ଉପର ଭାଗରେ ଅଛି। ସ୍ପେସ୍ ଷ୍ଟେସନ୍ କିମ୍ବା ମହାକାଶଯାନ ଏହି ସ୍ଥାନ ଦେଇ ଗଲାବେଳେ ସମସ୍ତ ଯନ୍ତ୍ରପାତି କିଛି ସମୟ ପାଇଁ ଅକାମୀ ହୋଇଯାଏ। ମହାକାଶର ଏଇ ବରମୁଡା ଟ୍ରାଏଙ୍ଗେଲ୍‌ ସ୍ଥାନର ରହସ୍ୟ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉନ୍ମୋଚନ ହୋଇପାରିନାହିଁ। ଏହା ଉପରେ ଅଧିକ ଗବେଷଣା ଚାଲିଥିବାର ନାସା ସୂତ୍ରରୁ ପ୍ରକାଶ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories