www.samajalive.in
Saturday, December 6, 2025
19.1 C
Bhubaneswar

ଜଣେ ବ୍ୟକ୍ତି:୧ବର୍ଷରେ ୩୬ହଜାର ହତ୍ୟା

ବର୍ଲିନ: ଜଣେ ବ୍ୟକ୍ତି ୩୬, ୨୨୩ ଯୁଦ୍ଧବନ୍ଦୀଙ୍କୁ ହତ୍ୟା କରିଛନ୍ତି। ୧୯୪୪ ରୁ ୧୯୪୫ ମଧ୍ୟରେ ଘଟିଥିବା ଏହି ଘଟଣାର ଏବେ ଶୁଣାଣି ହୋଇଛି। ୯୫ବର୍ଷ ବୟସରେ ତାଙ୍କୁ ଏବେ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିଛି।
ହନ୍ସ ଏଚ୍‍ ନାମକ ଏହି ବ୍ୟକ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ସେଣ୍ଟ୍ରାଲ ଜେଲରେ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ। ଅଷ୍ଟ୍ରିଆରେ ଥିବା ମୋଥେସେନ ସ୍ଥିତ ବ୍ୟାଟେଲିୟନରେ ହନ୍ସ ୧୯୪୪ରୁ ୧୯୪୫ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ଏହି ସମୟରେ ଉକ୍ତ ଜେଲର କଏଦୀଙ୍କୁ କ୍ରୀତଦାସ ତୁଲ୍ୟ ବ୍ୟବହାର କରାଯିବା ସହ ନିର୍ଯାତନା ଦିଆଯାଉ ଥିଲା। ସୁରକ୍ଷାକର୍ମୀଙ୍କ ନିର୍ଯାତନାରେ ମୋଟ୍‍ ୩୬ହଜାର ୨୨୩କଏଦୀ ପ୍ରାଣ ହରାଇ ଥିଲେ। ଯେଉଁ କଏଦୀ ଦୁର୍ବଳ ହୋଇ ପଡ଼ୁଥିଲେ ସେମାନଙ୍କୁ ବିଷାକ୍ତ ଗ୍ୟାସ ଚ୍ୟାମ୍ବରରେ କିମ୍ବା ବିଷ ଇଞ୍ଜେକସନ ଦେଇ ହତ୍ୟା କରି ଦିଆଯାଉ ଥିଲା। ଏପରିକି କିଛି କଏଦୀ କ୍ଷୁଧାର୍ତ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଥିଲେ। ଏହି ଜେଲରେ ମୋଟ୍‍ ୨ଲକ୍ଷ କଏଦୀଙ୍କୁ ରଖାଯାଇ ଥିବାବେଳେ ସେମାନଙ୍କୁ ନାଜିମାନେ ସମୂହ ହତ୍ୟା କରିବା ପାଇଁ ଗ୍ୟାସ ଚ୍ୟାମ୍ବର ପରି ପ୍ରକୋଷ୍ଠରେ ଭର୍ତ୍ତି କରି ବିଷାକ୍ତ ଗ୍ୟାସ ଭର୍ତ୍ତର୍ି କରି ଦେଉଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜର୍ମାନ ସରକାରଙ୍କ ଅଧୀନରେ କାର୍ଯ୍ୟରତ ହନ୍ସ ସରକାରୀ ନିର୍ଦେଶ ଅନୁଯାୟୀ କ୍ରୀତଦାସଙ୍କୁ ହତ୍ୟା କରିଥିଲେ। କିନ୍ତୁ ଏତେ ଦିନ ପରେ ତାଙ୍କୁ କାଠଗଡ଼ାକୁ ଟଣାଯିବା ଘଟଣାରେ ମାନବାଧିକାର କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories