www.samajalive.in
Monday, December 8, 2025
13.1 C
Bhubaneswar

ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର

ଗୋପାଳପୁର: ଫୁଲଟା ଗ୍ରାମରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବ୍ରହ୍ମପୁର ବନ ବିଭାଗ। ସୂଚନା ମୁତାବକ ଫୁଲଟା ଗ୍ରାମର ଉମାକାନ୍ତ ସାସମଲଙ୍କ ଘର ବାରିରେ ଏହି ବିଳୁପ୍ତ ପ୍ରାୟ ପ୍ରାଣୀ ବଜ୍ରକାପ୍ତାକୁ ପରିବାର ଲୋକେ ଦେଖିଥିଲେ। ଏହାପରେ ସେମାନେ ଉକ୍ତ ଜୀବଟିକୁ ଉଦ୍ଧାର କରି ରଖିବା ସହିତ ସେହି ଗ୍ରାମର ବିନାୟକ ହୋତାଙ୍କ ଜରିଆରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଖବର ପାଇବାପରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ମାଣିକେଶ୍ୱରୀ ହାଂସଦାଙ୍କ ନେତୃତ୍ୱରେ ଏକ ଟିମ ଯାଇ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ବଜ୍ରକାପ୍ତାଟିର ଲମ୍ଭ ୩ ଫୁଟ ରହିଥିବା ବେଳେ ଏହାର ବୟସ ପ୍ରାୟ ୮ ବର୍ଷ ହେବ ବୋଲି ଆକଳନ କରାଯାଇଛି। ସେହିପରି ଉଦ୍ଧାର ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାକୁ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଥିବା ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ମାଣିକେଶ୍ୱରୀ ହାଂସଦା ସୂଚନା ଦେଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories