www.samajalive.in
Saturday, December 6, 2025
23.1 C
Bhubaneswar

ଭୋଟର ସଚେତନତା ମହାଅଭିଯାନ କର୍ମଶାଳା

ପାଟଣା: ପାଟଣାର ପ୍ରାଚୀନ ଶୈବପୀଠ ଆନନ୍ଦେଶ୍ଵର କଲ୍ୟାଣ ମଣ୍ଡପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଭୋଟର ସଚେତନତା ମହାଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପାଟଣା ମଣ୍ଡଳର ସମୁଦାୟ ୩୮ଟି ବୁଥର ସମସ୍ତ ବୁଥ ସଭାପତି, ବୁଥ ବିଏଲଏ ପଞ୍ଚାୟତ ପ୍ରମୁଖ, ସହ ପ୍ରମୁଖ, ପ୍ରଭାରୀ, ମଣ୍ଡଳ ପଦାଧିକାରୀ, ମୋର୍ଚ୍ଚା ପଦାଧିକାରୀ, ମଣ୍ଡଳରୁ ପ୍ରତିନିଧିତ୍ଵ କରୁଥିବା ଜିଲ୍ଲା ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ବିଜେପି ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପ ସଭାନେତ୍ରୀ ମମିତା ନାଏକ୍, ପାଟଣା ବିଧାନସଭା ସଂଯୋଜକ ସୁଦର୍ଶନ ମହାନ୍ତ, ବିଧାନସଭା ପ୍ରଭାରୀ କୃପାସିନ୍ଧୁ ମହାନ୍ତ, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସବୀର ଦାଶ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ପଲେଇ, କୃଷକ ମୋର୍ଚ୍ଚା ଜିଲ୍ଲା କୋଷାଧ୍ୟକ୍ଷ ଡମ୍ବରୁଧର ମହାନ୍ତ ପ୍ରମୁଖ କର୍ମଶାଳାକୁ ନିୟନ୍ତ୍ରଣ କରିଥଲେ। ଆଗାମୀ ନିର୍ବାଚନ ପାଇଁ ବୁଥ ସ୍ତରରେ ଦଳୀୟ କାର୍ଯ୍ୟପନ୍ଥା ନେଇ ବିଶେଷ ପଟ୍ଟଚିତ୍ର ଏହି ବୈଠକରେ ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳିଛି। ବିଶେଷ କରି ଅଗଷ୍ଟ ୩୧ ସୁଦ୍ଧା ପାଟଣା ମଣ୍ଡଳର ସମସ୍ତ ପଞ୍ଚାୟତକୁ ରାଜ୍ୟ ସରକାରର ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ଘେରାଉ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପାଟଣା ବିଜେପି ପକ୍ଷରୁ ନିଷ୍ପତି ନିଆଯାଇଅଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories