ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ବୁଧବାର କୋଭିଡ୍ ଟିକା ନେଇଛନ୍ତି। ଗୁଡ୍ସସେଡ୍ ରୋଡ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଟିକା ଗ୍ରହଣ କରିଛନ୍ତି। ବିନା ଭୟ ଏବଂ ଦ୍ବନ୍ଦ୍ବରେ ସମସ୍ତେ ଟିକା ନେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ସୋମବାରଠାରୁ ବରିଷ୍ଠ ନାଗରିକ ଏବଂ ଜଟିଳ ରୋଗାଗ୍ରସ୍ତଙ୍କୁ କୋଭିଡ ଟିକା ପ୍ରଦାନ କରାଯାଉଛି। ବ୍ରହ୍ମପୁର ସହରର ୬ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯାଉଛି।



