www.samajalive.in
Tuesday, December 9, 2025
17.1 C
Bhubaneswar

ଗୁଣକାରୀ ସପୁରୀ

ସାଧାରଣତଃ ଆମେ ଜାଣିଛେ, ସପୁରୀ ଏକ ସ୍ୱାଦିଷ୍ଟ ଓ ରସାଳ ଫଳ। ହେଲେ ଆମ ମଧ୍ୟରୁ ଖୁବ୍‍ କମ୍‍ ଲୋକଙ୍କୁ ଏ ବିଷୟରେ ଜଣାଥିବ ଯେ ସପୁରୀ କେବଳ ସ୍ୱାଦିଷ୍ଟ ନୁହେଁ ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି ତଥା ଏହା ଏକ ସ୍ୱାସ୍ଥ୍ୟଉପଯୋଗୀ ଫଳ। ଏଥିରେ ଭିଟାମିନ୍ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍-ସି ପ୍ରଚୁର ପରିମାଣରେ ଗଚ୍ଛିତ ରହିଛି। ତେବେ ଚାଲନ୍ତୁ ଜାଣିବା ସପୁରୀର କିଛି ଔଷଧୀୟ ଗୁଣ ବିଷୟରେ –

– ଦାନ୍ତମୂଳରୁ ରକ୍ତ ପଡୁଥିଲେ ଦିନରେ ବା ରାତିରେ ଖାଇବାର ଏକ ଘଣ୍ଟା ପୂର୍ବରୁ ସପୁରୀ ରସରେ କିଛି ଲୁଣ ପକାଇ ଖାଇଲେ ଏହା ଭଲ ହୋଇଥାଏ ।
– ୧୦୦ ଗ୍ରାମ୍ ସପୁରୀ ୫୦ କ୍ୟାଲୋରୀ ଶକ୍ତି ଯୋଗାଇଥାଏ। ଏହା ଖାଇବା ଦ୍ୱାରା କୋଲେଷ୍ଟିରଲ ବଢିବାର ଆଶଙ୍କା ନଥାଏ।
– ବୃଦ୍ଧାବସ୍ଥାରେ ଶରୀରକୁ ନିରୋଗ ଓ ଚଳଚଞ୍ଚଳ ରଖିବା ପାଇଁ ସପୁରୀ ଖୁବ୍ ଉପଯୋଗୀ। ସେଥିପାଇଁ ବାର୍ଦ୍ଧକ୍ୟଜନିତ ଶାରୀରିକ ଅସୁସ୍ଥତାରୁ ଦୂରରେ ରହିବା ପାଇଁ ସପୁରୀ ରସ ପିଇବା ଉଚିତ୍।
– ସପୁରୀରେ ଅଧିକ ପରିମାଣର ମ୍ୟାଗ୍ନେସିୟମ୍ ରହିଥିବାରୁ ଏହା ହାଡକୁ ମଜଭୁତ କରିଥାଏ। ଦିନକୁ ଏକ କପ୍ ସପୁରୀ ରସ ପିଇବା ଦ୍ୱାରା ଶରୀର ଆବଶ୍ୟକ କରୁଥିବା ମ୍ୟାଗ୍ନେସିୟମ ୭୫% ମିଳିଥାଏ ।
– ହଜମ ଶକ୍ତି ବୃଦ୍ଧିରେ ସପୁରୀ ସହାୟକ ହୋଇଥାଏ ।
– ମଧୁମେହ ପାଇଁ ସପୁରୀ ଉପଯୋଗୀ। ୧୦୦ଗ୍ରାମ୍ ସପୁରୀ ରସ ସହ ଅଁଳା ମଞ୍ଜି ଓ ଜାମୁ ମଞ୍ଜିକୁ ୧୦ଗ୍ରାମ୍ ଲେଖାଏଁ ଭଲ ଭାବରେ ଗୁଣ୍ଡ କରି ମିଶାଇ ଦିନକୁ ଦୁଇ ଥର ପିଇବା ମଧୁମେହ ରୋଗୀଙ୍କ ପାଇଁ ଖୁବ୍‍ ଲାଭଦାୟକ ହୋଇଥାଏ।
– ପିଲାଙ୍କ ପେଟରେ କୃମି ହେଲେ ସପୁରୀ କନ୍ଦା ରସ ପିଇବାକୁ ଦିଅନ୍ତୁ। ସମସ୍ୟାରୁ ମୁକ୍ତି ମିଳିବ। ନିୟମିତ ସପୁରୀ ରସ ପିଇଲେ କେଶ ଓ ଚର୍ମ ସୁସ୍ଥ ଓ ଉଜ୍ଜଳ ରହିଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories