www.samajalive.in
Saturday, December 6, 2025
26.1 C
Bhubaneswar

କଞ୍ଚା ପିଆଜ ଖାଇବାର ଲାଭ; ଦୂର ହେବ ଅନେକ ମାରାତ୍ମକ ରୋଗ

ଭୋଜନ ତାଲିକାରେ ପିଆଜ ସାମିଲ କରିବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । ନିୟମିତ ସାଲାଡ୍ ଭାବେ ପିଆଜ ଖାଇବା ଦ୍ବାରା ମଧୁମେହ, ହୃଦଘାତ ଓ କର୍କଟ ଭଳି ରୋଗରୁ ରକ୍ଷା ମିଳିଥାଏ । ଏହା ବ୍ୟତୀତ କଞ୍ଚା ପିଆଜ ତ୍ବଚା ପାଇଁ ମଧ୍ୟ ଉତ୍ତମ ଅଟେ । ପିଆଜ ପାଚନ ପ୍ରକ୍ରିୟାକୁ ସଠିକ୍ ରଖିବା ସହ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ । ଏହାସହ ଖରା ଦିନେ କଞ୍ଚା ପିଆଜ ଖାଇବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆସନ୍ତୁ କଞ୍ଚା ପିଆଜ ଖାଇବାର ଲାଭ ସମ୍ପର୍କରେ ଜାଣିବା …..

କଞ୍ଚା ପିଆଜ ଖାଇବା ଦ୍ବାରା ହୁଏ ନାହିଁ କର୍କଟ ରୋଗ

- Advertisement -

ପିଆଜରେ କ୍ୟାନସର ସେଲକୁ ନଷ୍ଟ କରିବାର କ୍ଷମତା ରହିଥାଏ । ପିଆଜ ଶରୀରରେ କ୍ୟାନସର ସେଲକୁ ବଢିବାକୁ ଦିଏ ନାହିଁ । ତେଣୁ ଭୋଜନରେ ପିଆଜକୁ ସାଲାଡ୍ ଭାବେ ଖାଇବା ଦ୍ବାରା କର୍କଟ ରୋଗ ହେବାର ସମ୍ଭାବନା କମ୍ ଥାଏ ।

ହୃଦଘାତର ଆଶଙ୍କା କମ୍ ଥାଏ

ପିଆଜ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ପିଆଜ ରକ୍ତକୁ ପତଳା କରିଥାଏ । ଯାହା ଫଳରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ । ଏହା ଦ୍ବାରା ହୃଦଘାତ ଆଶଙ୍କା କମ୍ ଥାଏ ।

ମଧୁମେହ ରୋଗରୁ ରକ୍ଷା କରେ

ଭୋଜନ ତାଲିକାରେ ପିଆଜ ସାମିଲ କରିବା ଦ୍ବାରା ମଧୁମେହ ରୋଗ ହେବାର ସମ୍ଭାବାନା କମ୍ ଥାଏ । ପିଆଜରେ ସଲଫର ଯୋଗିକ ଗୁଣ ରହିଥାଏ । ପିଆଜ ରକ୍ତର ଶର୍କରା ସ୍ତରକୁ ମଧ୍ୟ ଠିକ୍ ରଖିଥାଏ । ଏହା ସହ ପାଚନ ପ୍ରକ୍ରିୟା ସଠିକ୍ ରହିଥାଏ ।

ଆଖି ପାଇଁ ଉତ୍ତମ

ପିଆଜ ଆଖି ପାଇଁ ମଧ୍ୟ ଲାଭକାରୀ । କଞ୍ଚା ପିଆଜ ଖାଇବା ଦ୍ବାରା ଆଖିର ପ୍ରୋଟିନ୍ କୁହାଯାଇଥିବା ଗ୍ଲୁଟେଥିଅନ୍ ଶରୀରରେ ଅଧିକ ମାତ୍ରାରେ ବୃଦ୍ଧି ହୋଇଥାଏ । ଯାହା ଆଖିକୁ ସୁସ୍ଥ ରଖିଥାଏ ଏବଂ ଏହା ଦ୍ବାରା ଆଖି ଜନିତ ସମସ୍ୟା ହୋଇନଥାଏ ।

ସୁସ୍ଥ ତ୍ବଚା ଓ କେଶ ପାଇଁ ପିଆଜର ଭୂମିକା

ପିଆଜରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଥାଏ । ଏହା ସହ ଏଥିରେ ପ୍ରୋଟିନ୍ ଓ ପୋଟାସିୟମ ଅଧିକ ମାତ୍ରାରେ ରହିଥାଏ । ଯାହା ତ୍ବଚା ଓ କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

ଖରା ଦିନ ପାଇଁ ପିଆଜ ଉପକାରୀ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ କିଛି ଲୋକଙ୍କ ନାକରୁ ରକ୍ତ ବାହାରିବା ଭଳି ସମସ୍ୟା ଦେଖିବାକୁ ମିଳେ । ଏଭଳି ପରିସ୍ଥିତିରେ ଯଦି ପ୍ରତିଦିନ ଗୋଟିଏ କଞ୍ଚା ପିଆଜ ଖାଇବେ ତେବେ ନାକରୁ ରକ୍ତ ବାହାରିବା ବନ୍ଦ ହୋଇଯିବ ।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories