www.samajalive.in
Tuesday, December 9, 2025
15.1 C
Bhubaneswar

ଟେଷ୍ଟରେ ୪ ହଜାର ରନ୍‌ ସହ ୧୫୦ ୱିକେଟ୍‌ ହାସଲ କଲେ ଷ୍ଟୋକ୍‌ସ

ସାଉଥମ୍ପଟନ୍‌ : ଟେଷ୍ଟ ଫର୍ମାଟ୍‌ରେ ଅଲରାଉଣ୍ଡର ଭାବେ ୪୦୦୦ ରନ୍‌ ସହ ୧୫୦ ୱିକେଟ୍ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଦଳର ନେତୃତ୍ବ ନେଉଛନ୍ତି ଷ୍ଟୋକ୍‌ସ। ୱେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ୍‌ ଆଲଜାରି ଯୋଶେଫ୍‌ଙ୍କୁ ଆଉଟ୍‌ କରି ଷ୍ଟୋକ୍‌ସ ଟେଷ୍ଟରେ ୧୫୦ତମ ୱିକେଟ୍‌ ହାସଲ କରିଥିଲେ।
୨୯ ବର୍ଷୀୟ ଷ୍ଟୋକ୍‌ସ ୬୪ଟି ମ୍ୟାଚ୍‌ ଖେଳି ଏହି ସଫଳତା ହାସଲ କରିଛନ୍ତି। ଅଲରାଉଣ୍ଡର ଭାବେ ଟେଷ୍ଟରେ ୪ ହଜାର ରନ୍‌ ସହ ୧୫୦ ୱିକେଟ୍‌ ହାସଲ କରିବା ତାଲିକାରେ ଷ୍ଟୋକ୍‌ସ ଦ୍ବିତୀୟ ଦ୍ରୁତତମ। ୱେଷ୍ଟଇଣ୍ଡିଜର ମହାନ୍‌ କ୍ରିକେଟର୍‌ ଗ୍ୟାରି ସୋବର୍ସ ୬୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ଏହି ସଫଳତା ହାସଲ କରି ପ୍ରଥମ ସ୍ଥାନରେ ରହିଛନ୍ତି। ଏହି ଦୁଇଜଣଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ଜ୍ୟାକ୍‌ କାଲିସ୍‌, ଭାରତର କପିଳ ଦେବ, ଇଂଲଣ୍ଡର ଇଆନ୍‌ ବୋଥାମ୍‌ ଓ ନ୍ୟୁଜିଲାଣ୍ଡର ଡାନିଏଲ୍‌ ଭିଟୋରୀ ଏହି ସଫଳତା ହାସଲ କରି ସାରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories