www.samajalive.in
Saturday, December 6, 2025
26.1 C
Bhubaneswar

ବୀମା ପ୍ରିମିୟମ ବାନ୍ଧିବାକୁ ଯାଇ ଯୁବକ ନିଖୋଜ, ରକ୍ତ ଭିଜା ବାଇକ ଉଦ୍ଧାର

ବେଲଗାଁ: ବେଲଗାଁ ଫାଣ୍ଡି ତଥା ସଇଁନ୍ତଲା ଥାନା ଅନ୍ତର୍ଗତ ନୂଆପଡା ଗ୍ରାମର ଲେମ୍ବୁ ପ୍ରଧାନ ଗତକାଲି ପୁର୍ବାହ୍ନ ସମୟରେ  ଘରୁ ବାହାରିଥିବା ବେଳେ ଅଦ୍ୟାବଧି ନିଖୋଜ ରହିଛନ୍ତି। ଆଜି ସକାଳୁ ତାଙ୍କର ବାଇକ, ଜୋତା ଏବଂ ଟୋପି ଗ୍ରାମରୁ କିଛି ଦୁର ଘୁନସର କଲେଜ ନିକଟସ୍ଥ ରାସ୍ତା କଡ ଜଙ୍ଗଲରେ ପରିବାର ଲୋକେ ଠାବ କରିଛନ୍ତି। ଏନେଇ ପରିବାର ଲୋକେ ଲେମ୍ବୁଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ ସୂଚନା କ୍ରମେ ଗତକାଲି କୃଷି ବୀମା ପ୍ରିମିୟମ ଦାଖଲ କରିବାକୁ କହି ଲେମ୍ବୁ ପୂର୍ବାହ୍ନରେ ଘରୁ ବାହାରିଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଗତକାଲି ଠାରୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଆଜି ଦେଉଳି ଛକ ନିକଟସ୍ଥ ରାସ୍ତା କଡ ଜଙ୍ଗଲରୁ ତାଙ୍କ ବାଇକ ଛିଡା ହୋଇଥିôବା ଦେଖିଥିଲେ। ବାଇକର ତେଲଟାଙ୍କି ସମେତ ବିଭିନ୍ନ ସ୍ଥାନରେ ରକ୍ତ ଛିଟା ଲାଗିଥିବା ଦେଖାଯାଇଥିଲା। ଏହା ସହ ରାସ୍ତାରେ ମଧ୍ୟ ରକ୍ତ ଛିଟା ଲାଗିଥିବା ଦେଖାଯାଇଥିଲା। କିଛି ଦୂର ଅନ୍ତରରେ ଲେମ୍ବୁଙ୍କ ଜୋତା ଏବଂ ଟୋପି ପଡିଥିବା ପରିବାର ଲୋକେ ଚିହ୍ନଟ କରିଥିଲେ। ଏନେଇ ଖବର ପାଇ ବେଲଗାଁ ପୁଲିସ ଅଧିକାରୀ ଅନାଦି ମଟାରି, ବଡମାଲ ପୁଲିସ ଅଧିକାରୀ କୁନୁ ସାହୁ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥି, ସଇଁନ୍ତଲା ଥାନା ଆଇଆଇସି ବାରିଣୀ ଦାଶ, ବଲାଙ୍ଗିର ସାଇନ୍ଟିଫିକ ଟିମ, ସନ୍ଧାନୀ କୁକୁର ପହଂଚି ତଦନ୍ତ ଜୋରଦାର କରିଛନ୍ତି। ସନ୍ଧାନୀ କୁକୁର ଘଟଣାସ୍ଥଳରୁ କିଛି ଦୂରରେ ଥିବା ଏକ ଛୋଟ ଗାଡିଆ ଭିତରେ ପଶିବା ନେଇ ଗ୍ରାମର ଯୁବକ ଏବଂ ଅଗ୍ନିଶମ ବିଭାଗ ମୁଣ୍ଡ ଉପରେ ପାଣି ଥିବା ଗାଡିଆରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖାଯିବା ସୁଦ୍ଧା ମୃତଦେହ ଉଦ୍ଧାର ହୋଇପାରିନାହିଁ। ଅପରପକ୍ଷରେ ଗତକାଲି ସକାଳୁ ନିକଟସ୍ଥ ଭୁସ୍କିମାଲ ଗାଁର ଜଣେ ଯୁବକଙ୍କ ସହ ଲେମ୍ବୁ କଥାବାର୍ତା ହେଉଥିବା କିଛି ଲୋକ ଦେଖିଥିବା କହିଛନ୍ତି। ଜଣେ ଯୁବକଙ୍କ ସହ ଲେମ୍ବୁ ଗତକାଲି ନିଜ ବାଇକରେ ବୁଲାବୁଲି କରିଥିବା ମଧ୍ୟ ଦେଖାଯାଇଛି। ପିତା ମାତାଙ୍କ ଗୋଟିଏ ସନ୍ତାନ ଲେମ୍ବୁ ଗତ ଦୁଇ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିବା ଜଣାଯାଇଛି। ପତ୍ନୀ, ବିଧବା ମା, ଜଣେ ଅବିବାହିତ ଭଉଣୀଙ୍କ ଭରଣପୋଷଣ ତାଙ୍କ ଉପରେ ରହିଛି। ଏପରିପ୍ରେକ୍ଷୀରେ ତାଙ୍କର ଅଚାନକ ନିଖୋଜ ଖବର ପରିବାର ତଥା ଗ୍ରାମରେ ବିଷାଦ ଖେଳିଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories