www.samajalive.in
Sunday, December 7, 2025
18.1 C
Bhubaneswar

ଜ୍ଞାନର ଜମାଖାତା ସମ୍ବାଦପତ୍ର

ବେଗୁନିଆ: ବେଗୁନିଆ ବ୍ଲକ ପଙ୍ଗାରସିଂହ ଦଧିବାମନଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାର୍ଥୀର ବୌଦ୍ଧିକ ବିକାଶରେ ସମ୍ବାଦପତ୍ରର ଭୂମିକା ଶୀର୍ଷକ ଆଲୋଚନାଚକ୍ର ସମ୍ବାଦପତ୍ର ପ୍ରଦର୍ଶନ ତଥା ଖବରକାଗଜରୁ ବହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦପତ୍ର ପ୍ରଦର୍ଶନୀରେ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଅସମୀୟା, ମରାଠୀ, ଗୁଜୁରାଟୀ, ତେଲୁଗୁ, ତାମିଲ, ମାଲୟଲମ, ସାନ୍ତାଳୀ, ନେପାଳି ଏବଂ ଇଂରାଜୀ ଆଦି ଭାଷାରେ ପ୍ରକାଶିତ ୨୨୬ ଟି ଭିନ୍ନ ଭିନ୍ନ ସମ୍ବାଦପତ୍ର ପ୍ରଦର୍ଶିତ ସହ ୧ଶହଟି ଖବରକାଗଜରୁ ବହି ସ୍ଥାନିତ କରାଯାଇଛି। ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପେନ୍ଦ୍ର ଦାଶ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଶିକ୍ଷାବିତ ହରିଦାଶ ପଣ୍ଡା, ମୁଖ୍ୟବକ୍ତା ପଣ୍ଡିତ ଦାଶରଥି ସୁବୁଦ୍ଧି, ସମ୍ମାନିତ ଅତିଥି ବାବୁଲି ଦାସ ଓ ପ୍ରତାପରୁଦ୍ର ପରିଡା ଯୋଗ ଦେଇ ସମ୍ବାଦପତ୍ର ପଠନର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ବଳରାମ ରଣସିଂହ ଆଲୋଚନାଚକ୍ର ଉପରେ ବିବରଣୀ ପ୍ରଦାନ କରିଥିଲେ ।ସମ୍ବାଦପତ୍ର ବିଦ୍ୟାର୍ଥୀର ଜ୍ଞାନର ପରିସରକୁ ବ୍ୟାପକ କରିଥାଏ ଏବଂ ଏକ ଉତ୍ତମ ବ୍ୟକ୍ତିତ୍ୱ ଗଠନ ଦିଗରେ ସହଯୋଗ କରିଥାଏ ବୋଲି ମତ ପ୍ରକାଶ କରିଥିଲେ ।ଛାତ୍ରର ଜୀବନ ତପସ୍ୱୀ ଜୀବନ ସହ ତୁଳନୀୟ । ସାଧନା ହିଁ ସିଦ୍ଧି ଦେଇଥାଏ । ସମ୍ବାଦପତ୍ର ବିଦ୍ୟାର୍ଥୀର ଜ୍ଞାନର ପରିସରକୁ ପ୍ରଜ୍ବଳିତ କରିଥାଏ । ଏହି ଆଲୋଚନା ଚକ୍ରରେ ନିରଂଜନବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଚିନ୍ମୟ ଚମ୍ପତ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଂଶୁମାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories