www.samajalive.in
Sunday, December 7, 2025
23.1 C
Bhubaneswar

୪୬ ଜଣ ସରପଞ୍ଚ ,୨୭ ଜଣ ସମିତି ସଭ୍ୟଙ୍କ ପ୍ରାର୍ଥୀପତ୍ର ଦାଖଲ

ବେଗୁନିଆ : ବେଗୁନିଆ ବ୍ଲକର ୨୧ ଟି ପଂଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଥିଲା ପଞ୍ଚମ ତଥା ଶେଷ ଦିନ । ଆଜି ସରପଞ୍ଚ ପଦ ପାଇଁ ୪୬ ଜଣ, ସମିତି ସଭ୍ୟ ପାଇଁ ୨୭ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୨୪୨  ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୨୨ ନଂ ଜିଲ୍ଲା ପରିଷଦ ଯୋନ ରେ ବିଜେଡିର ପ୍ରକାଶ ଚନ୍ଦ୍ର ସାହୁ ,୨୩ ନଂ ଯୋନ ରେ ବିଜେଡିର ଅନାଦି ସାହୁଙ୍କ ସମେତ  ୨୪ ନଂ ଯୋନ ରେ ବିଜେଡି ରୁ ତନୁଜା ପାଟଶାଣୀଙ୍କ ସମେତ ୧୦ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ପ୍ରଥମ ଦିନରେ ବେଗୁନିଆ ବ୍ଲକର ୨୧ ଟି ପଂଚାୟତରେ ସରପଞ୍ଚ ପଦ ପାଇଁ ୧୧ ଜଣ ,ସମିତି ସଭ୍ୟ ପାଇଁ ୨ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୩୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ, ଦ୍ୱିତୀୟ ଦିନରେ ସରପଞ୍ଚ ପାଇଁ ଜଣେ ,ସମିତି ସଭ୍ୟ ପାଇଁ ୩ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୬୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।ତୃତୀୟ ଦିନରେ ସରପଞ୍ଚ ପାଇଁ ୩୪ ଜଣ ,ସମିତିସଭ୍ୟ ପାଇଁ ୩୫ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୨୩୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଚତୁର୍ଥ ଦିନରେ ସରପଞ୍ଚ ପାଇଁ ୧୭ ଜଣ ,ସମିତି ସଭ୍ୟ ପାଇଁ ୨୨ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୧୨୪ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଏଥି ସହିତ ୨୨,୨୩ ଏବଂ୨୪ ନଂ ଜିଲ୍ଲାପରିଷଦ ଯୋନ ରେ କଂଗ୍ରେସ ରୁ ୩ ଜଣ ,ବିଜେପି ରୁ ୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଆଜି ୨୨ ନଂ ଜିଲ୍ଲା ପରିଷଦ ଯୋନ ରେ ବିଜେଡି ରୁ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ  ,୨୩ ନଂ ଯୋନ ରେ ବିଜେଡି ର ଅନାଦି ସାହୁ  ଏବଂ୨୪ ନଂ ଯୋନ ରେ ତନୁଜା ପାଟଶାଣୀଙ୍କ ସମେତ ୧୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୫ ଦିନ ସହିତ ସମୁଦାୟ ୧୦୯ଜଣ ସରପଞ୍ଚ , ୮୯ ଜଣ ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ପଦ ପାଇଁ ୭୦୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୩ ଟି ଜିଲ୍ଲା ପରିଷଦ ଯୋନ ରେ ୨୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories