ବେଗୁନିଆ: ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ବାଘମାରୀ ଗ୍ରାମର ଜଣେ ଅସହାୟ ବିଧବା ବୃଦ୍ଧା, ଅର୍ଣ୍ଣପୁର୍ନା ଯୋଜନାରେ ୩୫କେଜି ଚାଉଳ ପାଇବା ପାଇଁ ବିଡିଓଙ୍କ ଠାରୁ ଆରମ୍ଭ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ନିରାଶ ହେବା ପରେ ଶେଷରେ ସୂଚନା ଅଧିକାର ଆଇନର ଆଶ୍ରୟ ନେଇଥିଲେ।
କିନ୍ତୁ ବ୍ଲକରେକାର୍ଯ୍ୟରତ ଯୋଗାଣ ବିଭାଗ ଅଧିକାରୀ ସମ୍ପୃକ୍ତ ବୃଦ୍ଧାଙ୍କ ଘରେ ପହଁଚି ତାଙ୍କୁ ଗାଳିଗୁଳଜ କରିବା ସହିତ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଦେବାରୁ ସେ ବେଗୁନିଆ ବିଡିଓ , ୫-ଟି ସଚିବ , ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି।
ସମ୍ପୃକ୍ତ ଗ୍ରାମର ବିଧବା ବୃଦ୍ଧା ନୀଳମଣି ପଣ୍ଡା(୭୩)ଙ୍କର ସ୍ୱାମୀ ସ୍ବର୍ଗତ ପରମାନନ୍ଦ ପଣ୍ଡା ଗତ୧୮/୧୦/୧୯ରେ ମୃତ୍ୟୁ ବରଣ କରିବା ପରେ ସେମାନଙ୍କର କେହି ପୁଅ ଝିଅ ନ ଥିବା ଯୋଗୁ ବୃଦ୍ଧା ଜଣକ ଘରେ ଏକାକି ରହୁଛନ୍ତି। ସେ ଖାଦ୍ୟ ସୁରକ୍ଷା ଯୋଜନାରେ ୫କେଜି ଚାଉଳ ପାଉଥିବାବେଳେ ତାହା ଏକ ମାସ ପାଇଁ ଯଥେଷ୍ଟ ନ ହେବାରୁ ସେ ଓଳିଏ ଖାଇଲେ ଓଳିଏ ଉପବାସରେ ରହି କାଳ କାଟୁଛନ୍ତି। ଅର୍ଣ୍ଣପୁର୍ଣା ଯୋଜନାରେ ତାଙ୍କୁ ୩୫କେଜି ଚାଉଳ ଯୋଗାଇଦେଲେ ସେ କୌଣସି ପ୍ରକାରେ ମାସ ଯାକ କଷ୍ଟେ ମଷ୍ଟେ ଚଳିଯିବେ ବୋଲି ସ୍ଥାନୀୟ ସରପଞ୍ଚଙ୍କୁ ଗୁହାରି କରିବା ପରେ ସରପଞ୍ଚ ତାଙ୍କର ଚିଠି ନଂ୧୦୯୭ ତା୨୪/୭/୨୦ ରେ ବିଡିଓ ବେଗୁନିଆଙ୍କୁ ସୁପାରିଶ କରିଥିଲେ। କିନ୍ତୁ ଦୀର୍ଘଦିନ ଅତିବାହିତ ହୋଇଯିବା ପରେ ତାଙ୍କୁ କୌଣସି ସୁଫଳ ନ ମିଳିବାରୁ ସେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ଏଥିରେ ଯୋଗଣବିଭାଗ ଅଧିକାରୀ କୁଆଡେ ଉତକ୍ଷିପ୍ତହୋଇ ଚଳିତ ମାସ ୧୦ତାରିଖ ଦିନ ତାଙ୍କ ଘରେ ପହଁଞ୍ଚି ତଦନ୍ତ କରିବା ପରିବର୍ତେ ତାଙ୍କୁ ଗାଳି ଗୁଳଜ କରିବା ସହିତ ବିଭିନ୍ନ ପ୍ରକାର ଧମକ ଚମକ ଦେଇଯାଇଥିବାର ଅସହାୟବୃଦ୍ଧା ଜଣକ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।



