www.samajalive.in
Sunday, December 7, 2025
23.1 C
Bhubaneswar

ବେଗୁନିଆ ସମବାୟ ସମିତିରେ ଖୋଲିଲା ମଣ୍ଡି

ବେଗୁନିଆ  : ପ୍ରଶାସନ ସହିତ ମିଲର ମାନଙ୍କର ବହୁ ବାଦ ବିବାଦ ପରେ ଶେଷରେ ବହୁ ବିଳମ୍ବରେ ହେଲେ ମଧ୍ୟ ବେଗୁନିଆ ସେବା ସମବାୟ ସମିତି ଅଧୀନରେ ବେଗୁନିଆରେ ମଣ୍ଡି ଖୋଲାଯାଇଛି । ଏହି ମଣ୍ଡି ଗତ ୭ ତାରିଖ ଠାରୁ ଖୋଲିବା ପାଇଁ ଥିବାବେଳେ ଆଜି ପର୍ଯ୍ୟନ୍ତ ମଣ୍ଡି ଖୋଲି ପାରୁନଥିଲା ।ଏ ସଂକ୍ରାନ୍ତରେ ବାରମ୍ବାର ସମାଜ ରେ ଖବର ପ୍ରକାଶ ପାଇବା ପରେ୧୮ ତାରିଖ ଦିନ ଗଡ଼ମାଣତୀର ଠାରେ ମଣ୍ଡି ଖୋଲାଯାଇଥିଲେ ମଧ୍ୟ ମିଲର ମାନେ ଧାନ ଉଠାଇବା ନେଇ ଜିଦରେ ଅଟଳ ରହିବାରୁ ଚାଷୀମାନଙ୍କ ଧାନ ଉଠି ପାରିନଥିଲା ।ଫଳରେ ଚାଷୀମାନେ ସେଠାରେ ହରତାଳ କରିଥିଲେ ।ଏହା ପରେ ଗତ କାଲି ସନ୍ଧ୍ୟାରେ ବେଗୁନିଆ ସେବା ସମବାୟ ସମିତି ଅଧୀନରେ ଖୋଲାଯାଇଥିବା ମଣ୍ଡିକୁ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ବେଗୁନିଆ ଶାଖାର ପରିଚାଳକ ସୁରଜକୁମାର ଦାସ ଉଦଘାଟନ କରିଥିଲେ ।ତାଙ୍କ ସହିତ ସମବାୟ ସମ୍ପାଦକ ଜୟନ୍ତ ପ୍ରଧାନ ଏବଂ ପଞ୍ଜୀକୃତ ଚାଷୀମାନେ ଉପସ୍ଥିତ ଥିଲେ ।ସାରୁଅସ୍ଥିତ ଏମ୍ କେ ମିନେରାଲ ଏବଂ ମେଟାଲସ ପ୍ରାଇଭେଟ ଲିମିଟେଡ଼ ମିଲର ଏଠାରୁ ଧାନ କିଣିବା ପାଇଁ ଚୁକ୍ତିବଦ୍ଧ ହୋଇଥିବାର ଜଣାପଡିଛି ।କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଜାନୁଆରୀ ମାସ ୭ ତାରିଖ ଠାରୁ ବେଗୁନିଆ ବ୍ଲକର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା ।ସେହି ଅନୁସାରେ ୭ ତାରିଖ ଠାରୁ ବିଭିନ୍ନ ତାରିଖରେ ମଣ୍ଡିରେ ଧାନ ଦେବା ପାଇଁ ପଞ୍ଜୀକୃତ ଚାଷୀ ମାନଙ୍କ ପାଖକୁ ମେସେଜ ଆସିଥିଲା ।କିନ୍ତୁ ୧୯ ତାରିଖ ସୁଦ୍ଧା ପ୍ରଶାସନ ମଣ୍ଡି ଖୋଲିବାରେ ସମର୍ଥ ହୋଇନଥିବାବେଳେ ଚାଷୀମାନେ ସେବା ସମବାୟ ସମିତି କୁ ଧାଇଁ ଧାଇଁ ନିରାଶ ହୋଇ ବସିଥିବା ବେଳେ ଏବେ ପୁନଶ୍ଚ ୭ଦିନରୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଚାଷୀମାନେ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସିନାହାନ୍ତି ।ତେଣୁ ଅନ୍ୟ କୌଣସି ଏକ ଦିନ ମଣ୍ଡିକୁ ଆସି ଧାନ ବିକ୍ରୟ କରନ୍ତୁ ବୋଲି ପୁନଶ୍ଚ ମେସେଜ ଆସିଛି । ମାତ୍ର ସଠିକ ନିୟମ ମୁତାବକ କିଛି ହେଉନାହିଁ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories