www.samajalive.in
Sunday, December 7, 2025
26.1 C
Bhubaneswar

ଆବାସ ଯୋଜନାରେ ଘରଟିଏ ପାଇଁ ବାସହୀନ ବୃଦ୍ଧ ଦମ୍ପତ୍ତିଙ୍କ ଆକୁଳ ନିବେଦନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପୌରାଞ୍ଚଳ ୧୪ ନଂ ୱାର୍ଡ ସେନାପତି ସାହିରେ ବାସ କରୁଥିବା ରଞ୍ଜନ ଖୁରା ବୟସ (୬୫) ପେସାରେ ଜଣେ ଦରଜି ସ୍ତ୍ରୀ ବାସନ୍ତୀ ଖୁରା (୬୨) ଉଭୟେ ସରକାରଙ୍କ ତରଫରୁ ପେନସନ ବାବଦରେ ୫୦୦ ଲେଖାଏଁ ପାଉଛନ୍ତି, ଅନ୍ତୋଦୟ ଯୋଜନାରେ ୩୫ କେଜି ଚାଉଳ ମିଳୁଛି। ଏକମାତ୍ର ପୁଅ ସରୋଜ ଖୁରା (୩୪) ଜଣେ ମାନସିକ ଭିନ୍ନକ୍ଷମ ଗତ ୨୦୦୨ ମସିହାରେ ସରୋଜ ନବରଙ୍ଗପୁର ମହାବିଦ୍ୟାଳୟରେ +୨କଳା ରେ ଅଧ୍ୟୟନ କରୁଥିବା ସମୟରେ ହଠାତ ମାନସିକ ପାଗଳ ହେବା ଲକ୍ଷଣ ଦେଖା ଦେଇଥିଲା। ଚିକିତ୍ସା କରିବାକୁ ଅସମର୍ଥ ଥିବା ଯୋଗୁଁ ସରୋଜ ର ଚିକିତ୍ସା ହୋଇପାରି ନଥିଲା। ଫଳରେ ଘରେ ବାପା ମା ଉପରେ ବୋଝ ହୋଇ ପଡ଼ିରହିଛି । ସାନ ଝିଅ ରୁବି ଖୁରା (୩୦) ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ +୨ ସାରିବା ପରେ +୩ ରେ ପଢିବା ପାଇଁ ଆର୍ଥିକ ଅବସ୍ଥା ନଥିବା ଯୋଗୁଁ ତତ୍କାଳୀନ ଜିଲ୍ଲାପାଳ ରୁପା ମିଶ୍ରଙ୍କ ସହାୟତା ରେ +୩ ରେ ଜଏନ କରି ୨୦୧୦ ରେ ବିଶାଖାପାଟଣା ରେ ବିଇଡି ଉତ୍ତୀର୍ଣ୍ଣ ହୋଇ କୋରାପୁଟ ଇନ୍ଦିରା ଗାନ୍ଧୀ ଓପନ ୟୁନିଭର୍ସିଟିରେ ଏମଏ ଇଂରାଜୀ ବିଭାଗରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଘରେ ରହି ଟିଉସନ କରି ୨ ପଇସା ରୋଜଗାର କରି ଭିନ୍ନକ୍ଷମ ଭାଇ ଏବଂ ବୃଦ୍ଧା ବାପା ଓ ମା ଙ୍କ ଦେଖାଶୁଣା କରୁଛନ୍ତି । ଆଜକୁ ୫୦ବର୍ଷ ହେବ ୧୪ ନମ୍ବର ୱାର୍ଡରେ ବେଞ୍ଜାମିନ ଟାକ୍ରି ନାମକ ଜଣେ ସଦ ହୃଦୟ ବ୍ୟକ୍ତିଙ୍କ ଜାଗାରେ ଗୋଟିଏ ମାଟିଘର କରି ରହିଆସୁଥିଲେ । ବର୍ତ୍ତମାନ ବେଞ୍ଜାମିନଙ୍କୁ ଆବାସ ଯୋଜନାରେ ଘର ମିଳିବାରୁ ଏମାନଙ୍କ ରହିବା ଘରକୁ ଭାଙ୍ଗି ବାଧ୍ୟ ହୋଇ ଏକ ଭଡ଼ାଘରେ ମାସିକ ୧୨ଶହ ଟଙ୍କାରେ ରହୁଛନ୍ତି ରଞ୍ଜନ ଖୁରାଙ୍କ ପରିବାର । ବର୍ତ୍ତମାନ ରଞ୍ଜନଙ୍କ ବୟସ ଅଧିକ ହୋଇ ଯାଇଥିବାରୁ ଦରଜି କାମରେ ଆଉ ଆଗଭଳି ରୋଜଗାର ହେଉ ନଥିବା ଯୋଗୁଁ ଝିଅର ରୋଜଗାର ଉପରେ ବୋଝ ହୋଇ ୩ଜଣ ପ୍ରାଣୀ କୁଟୁମ୍ଭ ଚଳୁଥିବା ବେଳେ ସରକାରଙ୍କ ଆବାସ ଯୋଜନାରେ ଘର ଟିଏ ପାଇଁ ଆକୁଳ ନିବେଦନ କରିଛନ୍ତି ।

 

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories