www.samajalive.in
Monday, December 8, 2025
20.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରସୁଣର ବ୍ୟବହାର

ପ୍ରାୟତଃ ଆମ ସମସ୍ତଙ୍କ ଘରେ ରସୁଣ ନିଶ୍ଚତ୍ତ ଭାବେ ଉପଲବ୍ଧ। ଏହାକୁ ସାଧାରଣତଃ ଆମେ ଖାଦ୍ୟରେ ବ୍ୟବହାର କରିଥାଉ। ହେଲେ ଖାଦ୍ୟ ବ୍ୟତୀତ ଏହା ଆମର ଆହୁରି ଅନେକ କାମରେ ଲାଗିଥାଏ। ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବା ସହ ଏହା ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ସଠିକ୍ ଉପାୟରେ ବ୍ୟବହାର କଲେ ଏହା ତ୍ବଚା ଜନିତ ଅନେକ ସମସ୍ୟା ଦୂର କରିଥାଏ। ତେବେ ଚାଲନ୍ତୁ ଜାଣିବା, ସୌନ୍ଦର୍ଯ୍ୟ ବୃଦ୍ଧିରେ କିପରି ରସୁଣ ସହାୟକ ହୋଇଥାଏ –

ବ୍ରଣ ସମସ୍ୟା ଦୂରେଇବା ପାଇଁ ରସୁଣର ବ୍ୟବହାର :
ଯଦି ଆପଣଙ୍କ ମୁହଁରେ ଅତ୍ୟଧିକ ବ୍ରଣ ହୋଇଛି ତେବେ ରସୁଣରେ ଭିନେଗାର ମିଶାଇ ମୁହଁରେ ଲଗାନ୍ତୁ। ଏହା ବ୍ୟତୀତ ଥଣ୍ଡା ପାଣି ସହ ଗୋଟିଏ ରସୁଣ ନିୟମିତ ଖାଇଲେ ମଧ୍ୟ ଏପରି ସମସ୍ୟାରୁ ମୁକ୍ତି ମିଳିଥାଏ ଓ ତ୍ବଚା ଉଜ୍ବଳ ହୋଇଥାଏ।

- Advertisement -

ଚର୍ମ କୁଞ୍ଚନ ଦୂର କରେ :
ପ୍ରତିଦିନ ସକାଳେ ଖାଲି ପେଟରେ ମହୁ ଓ ଲେମ୍ବୁ ସହ ଗୋଟିଏ ରସୁଣ ଖାଆନ୍ତୁ। ଏପରି କଲେ ତ୍ବଚାର କୁଞ୍ଚନ ସମସ୍ୟା ଦୂର ହୋଇଯିବ।

ବ୍ଲାକ୍ ହେଡ଼ସ୍ ଓ ହ୍ବାଇଟ୍ ହେଡ଼ସ ସମସ୍ୟାରୁ ମୁକ୍ତି ଦିଏ :
ସ୍କ୍ରବରେ ରସୁଣ ପେଷ୍ଟ ମିଶାଇ ବ୍ୟବହାର କରନ୍ତୁ। ଏହା ଦ୍ବାରା ବ୍ଲାକ୍ ହେଡ଼ସ୍ ଏବଂ ହ୍ବାଇଟ୍ ହେଡ଼ସ ମୁକ୍ତି ମିଳିବା ସହ ମୁହଁର ଲୋମକୁପ ମଧ୍ୟ ସଫା ହୋଇଥାଏ।

ଷ୍ଟ୍ରେଚମାର୍କ ଦୂର କରେ :
ସାଧାରଣତଃ ପିଲା ଜନ୍ମ ପରେ ମହିଳାମାନଙ୍କ ପେଟରେ ଷ୍ଟ୍ରେଚମାର୍କ ଦେଖା ଦେଇଥାଏ। ଏହି ସମସ୍ୟାକୁ ଦୂରେଇବା ପାଇଁ ତେଲରେ ରସୁଣ ପକାଇ ହଲକା ଉଷୁମ କରି ମାଲିସ୍ କରନ୍ତୁ। ନିୟମିତ ଏପରି କଲେ ଷ୍ଟ୍ରେଚମାର୍କ ଦୂର ହୋଇଯିବ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories