www.samajalive.in
Monday, December 8, 2025
20.1 C
Bhubaneswar

ମହାଦୀପ ଓ ସୁନାବେଶ ପରେ ସରିଲା ଜାଗର ଯାତ୍ରା

ବଡ଼ସାହି : ପ୍ରସିଦ୍ଧ ଶୈବପୀଠ ମାଣତ୍ରୀସ୍ଥ ବାବା କଖାରୁଆ ବୈଦ୍ୟନାଥଙ୍କ ପୀଠରେ ମହାଦୀପ ଓ ସୁନାବେଶ ଦର୍ଶନ ପରେ ଜାଗର ଓଷା ଶେଷ ହୋଇଛି। ଲକ୍ଷାଧିକ ବ୍ରତୀ ମାନସିକ ପୂର୍ଣ୍ଣ ପାଇଁ ପୀଠ ସଂଲଗ୍ନ ବଗିଚା, ପଡ଼ିଆ ଓ ଚାଷଜମି ଖୋଲା ଆକାଶ ତଳେ ନିଶୁଳ୍କ ଦୀପ ଜାଳିଥିଲେ। ସୋମବାର ରାତି ୧୧ଟାରେ ଦିଅଁଙ୍କ ସାଧାରଣ ଦର୍ଶନ ଓ ପୂଜା ବନ୍ଦ ହେବା ପରେ ନୀତି ଅନୁଯାୟୀ ମନ୍ଦିରକୁ ଧୋଇ ଦିଆଯାଇଥିଲା। ମଧ୍ୟରାତ୍ର ୧୨ଟାରେ ଶିବରାତ୍ରୀର ବିଶେଷ ସହସ୍ରା କୁମ୍ଭାଭିଷେକ ଆରମ୍ଭ ହୋଇ ୨ଟାରେ ଶେଷ ହୋଇଥିଲା। ରାତି ସାଢେ ୨ଟାରେ ମହାଦେବଙ୍କ ଠାରେ ଶତଫଳ ଭୋଗ ଅର୍ପଣ ହୋଇଥିଲା। ଏହାପରେ ସୁନାବେଶ ହେବା ସହିତ ରାତି ୩ଟା ୩୫ମିନିଟରେ ମହାଦୀପ ଶୋଭାଯାତ୍ରା ବାହାରିଥିଲା। ପ୍ରବଳ ଉତ୍ସାହ ଓ ଉତ୍କଣ୍ଠାର ସହିତ ସହସ୍ରାଧିକ ଭକ୍ତ, ସେବାୟତ, ଉପାସକ, କୀର୍ତ୍ତନ ଓ ରୋଷଣୀ ସାଙ୍ଗରେ ବେଢା ପରିକ୍ରମା କରିଥିଲେ। ଏହାପରେ ଭୋର ୪ଟାରେ  ମହାଦୀପ ମନ୍ଦିର ଚୂଳକୁ ଉଠିଥିଲା। ପୂଜାନୀତି ଶେଷ ପରେ ଲକ୍ଷାଧିକ ବ୍ରତୀ ସେମାନଙ୍କର ଦୀପ ଜାଳିବା ଶେଷ କରି ମନ୍ଦିରକୁ ଆସି ଲମ୍ବା ଧାଡ଼ିରେ ମଙ୍ଗଳବାର ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ କରିଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories