www.samajalive.in
Monday, December 8, 2025
17.1 C
Bhubaneswar

‘ଜୟ ହିନ୍ଦ’ର ମଜାକ ଉଡ଼ାଇଲେ ମେହବୁବା

ଜାମ୍ମୁ: ଦେଶଭକ୍ତି ପ୍ରଦର୍ଶନ ପାଇଁ ସବୁ ଭାରତୀୟ ଗର୍ବରେ ‘ଜୟ ହିନ୍ଦ’ କହିଥାନ୍ତି। କିନ୍ତୁ ଏହି ଶବ୍ଦର ମଜାକ ଉଡ଼ାଇଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ବିମାନ ଉଡ଼ାଣ ପୂର୍ବରୁ ବିମାନର ସମସ୍ତ କ୍ରୁ ସଦସ୍ୟ ଏବଂ ପାଇଲଟ ‘ଜୟ ହିନ୍ଦ’ କରିବା ଲାଗି ଏୟାର ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ସର୍କୁଲାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଆଗକୁ ନିର୍ବାଚନ ଆସୁଥିବା ବେଳେ ମୋଦୀ ସରକାର ଦେଶଭକ୍ତିର ଜୋଶ୍‌ ଦେଖାଇବା ପାଇଁ ଆକାଶକୁ ବି ଛାଡ଼ିଲେ ନାହିଁ।

ସୂଚନା ମୁତାବକ, ଏୟାର ଇଣ୍ଡିଆର ଅପରେଶନ ନିର୍ଦେଶକ ଅମିତାଭ ସିଂହ ଏକ ସର୍କୁଲାର ଜାରି କରି କହିଥିଲେ ଯେ, ପ୍ରତିଥର ବିମାନ ଉଡ଼ାଣ କରିବା ନେଇ ଘୋଷଣା କରିବା ପୂର୍ବରୁ କ୍ରୁ ସଦସ୍ୟ, କକପିଟ୍‌ ସଦସ୍ୟ ଜୋଶର ସହିତ ‘ଜୟ ହିନ୍ଦ’ କହିବେ।

- Advertisement -

ଏହାର ଦିନକ ପରେ ମେହବୁବା ଟୁଇଟ୍‌ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି ଯେ, ‘ମୁଁ ଆଶ୍ଚର୍ଯ୍ୟ ଯେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ରହିଛି, ଏଭଳି ସମୟରେ ସରକାର ଦେଶଭକ୍ତିର ଜୋଶରେ ଆସି ଆକାଶକୁ ବି ଛାଡ଼ନାହାନ୍ତି।’

ତେବେ ଏୟାର ଇଣ୍ଡିଆ ଅଧିକାରୀଙ୍କ କହିବା ଅନୁଯାୟୀ, ଦେଶରେ ବର୍ତ୍ତମାନର ମାହୋଲକୁ ଦୃଷ୍ଟିରେ ରଖି ଏହି ସର୍କୁଲାର ଜାରି କରାଯାଇଛି। ଏହା ପୂର୍ବରୁ ମଧ୍ୟ ୨୦୧୬ରେ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ପାଇଲଟମାନଙ୍କ ପାଇଁ ଏପରି ସର୍କୁଲାର ଜାରି କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories