www.samajalive.in
Saturday, December 6, 2025
16.1 C
Bhubaneswar

ପାଦକୁ ଭିନ୍ନ ଲୁକ ଦେଇଥାଏ ଏହି ପ୍ରକାରର ସ୍ୟାଣ୍ଡଲ

ସାଧାରଣତଃ ଝିଅମାନେ ନିଜ ମୁହଁକୁ ସୁନ୍ଦର କରିବା ପାଇଁ ମେକଅପର ବିଭିନ୍ନ ଦ୍ରବ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର ମୁହଁ ସହ ନିଜ ପୋଷାକ ଓ ଜୋତା ଚପଲ ଉପରେ ମଧ୍ୟରେ ଧ୍ୟାନ ଦେବା ଦ୍ୱାରା ଆପଣ ଅଧିକ ସୁନ୍ଦର ଓ ଷ୍ଟାଇଲିସ ଲାଗିବେ। ଆସନ୍ତୁ ଅଳ୍ପ ମୂଲ୍ୟରେ କେଉଁ ପ୍ରକାରର ଚପଲ ପିନ୍ଧି ଆପଣ ନିଜର ଓ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ ଜାଣନ୍ତୁ।

courtesy : replicante.org

ବେଜେସ ହିଲ୍ସ –
କମ ଉଚ୍ଚତା ଝିଅ ମାନଙ୍କ ପାଇଁ ଏହି ଚପଲ ଉତ୍ତମ ଅଟେ। ଏହାର ଦାମ ମଧ୍ୟ ଅଧିକ ନୁହେଁ। ଏହି ଚପଲ ମଧ୍ୟ ଆପଣଙ୍କ ପାଦର ସୌନ୍ଦର୍ଯ୍ୟକୁ ବଢାଇଥାଏ।

- Advertisement -
courtesy : youtube.com

ପଞ୍ଜାବୀ ଜୁତୀ –
ଏହାକୁ ଆପଣ ଜିନ୍ସ, ଗାଉନ, ସ୍କର୍ଟ ସହ ପିନ୍ଧିପାରିବେ। ଏହା ପାଦକୁ ଏକ ଭିନ୍ନ ଲୁକ ଦେଇଥାଏ।

courtesy : alibaba.com

କାଜୁଆଲ ସ୍ୟାଣ୍ଡଲ –
ଆପଣ ବାହାରକୁ ବୁଲିବାକୁ ଯାଆନ୍ତୁ କିମ୍ବା କୌଣସି ସାମଗ୍ରୀ କିଣିବାକୁ ଯାଆନ୍ତୁ, ଏହି ପ୍ରକାରର ଚପଲ ପିନ୍ଧିପାରିବେ। ଏହି ପ୍ରକାରର ଚପଲ ବିଶେଷ କରି ଆପଣ ଖରାସମୟରେ ବାହାରକୁ ଗଲେ ବ୍ୟବହାର କରିବା ଖୁବ ଉତ୍ତମ ଅଟେ। କାରଣ ଏହା ପାଦରୁ ନିର୍ଗତ ହେଉଥିବା ଝାଳକୁ ଶୋଷଣ କରିବା ସହ ଆପଣଙ୍କୁ ଆରାମ ମଧ୍ୟ ଲାଗିଥାଏ।

courtesy : YouTube

ଫ୍ୟାନ୍ସି ଜୁତୀ –
ଏହି ପ୍ରକାରର ଜୁତୀ ଆପଣ ଜିନ୍ସ, ସ୍କର୍ଟ, ଗାଉନ ସହ ପିନ୍ଧି ବିଭିନ୍ନ ସ୍ଥାନକୁ ଯାଇପାରିବେ। ଏହା ଆପଣଙ୍କ ପାଦକୁ ଖୁବ ସୁନ୍ଦର ଓ ଷ୍ଟାଇଲିସ କରିଥାଏ।

courtesy : Flipkart

ରାଜସ୍ଥାନୀ ଜୁତୀ –
ଏହି ପ୍ରକାରର ଜୁତୀର ଖୁବ ଚାହିଦା ରହିଛି। ଏହା ପାଦକୁ ଖୁବ ଆରାମ ପ୍ରଦାନ କରିଥାଏ। ପାଦର ସୌନ୍ଦର୍ଯ୍ୟକୁ ବଢାଇଥାଏ। ଯେକୌଣସି ସ୍ଥାନକୁ ଆପଣ ଏହାକୁ ପିନ୍ଧି ଯାଇପାରିବେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories