www.samajalive.in
Saturday, December 6, 2025
19.1 C
Bhubaneswar

ଭାଲୁ ଆକ୍ରମଣରେ ବନ କର୍ମଚାରୀ ଆହତ

ଠାକୁରମୁଣ୍ଡା: ଜଙ୍ଗଲ ଭିତରେ ପାଟ୍ରୋଲିଂ କରୁଥିବା ସମୟରେ ଭାଲୁ ଆକ୍ରମଣରେ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରୁ। ସାତକୋଶିଆ ରେଞ୍ଜର ବନପାଳ ବିଶ୍ୱଜିତ ମହାନ୍ତଙ୍କ ସମେତ କେତେଜଣ ବନ କର୍ମଚାରୀ ସାତକୋଶିଆ ସଂରକ୍ଷିତ ଜଙ୍ଗଲ କମ୍ପାର୍ଟମେଣ୍ଟ ନମ୍ବର ୧୩ର ଦଲକୀ ମଠ ଜଙ୍ଗଲ ଭିତରକୁ ଯାଇଥିଲେ। ଦିନ ପ୍ରାୟ ୧୧ ଘଟିକା ସମୟରେ ସେମାନେ ଜଙ୍ଗଲ ଭିତରେ ଚାଲି ଚାଲି ପାଟ୍ରୋଲିଂ କରୁଥିବା ସମୟରେ ହଠାତ ଗୋଟିଏ ଭାଲୁ ଆସି ମହୁଲଡ଼ିହା ସେକ୍ସନର ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କର୍ମୁ ମହାନ୍ତଙ୍କୁ ଆକ୍ରମଣ କରିଥିଲା। ଭାଲୁ ତାଙ୍କୁ ସମ୍ମୁଖରୁ ଆକ୍ରମଣ କରିବାରୁ କର୍ମୁ ଭାଲୁକୁ ଧକ୍କା ଦେବାରୁ ଭାଲୁ ସେଠାରୁ ଖସି ପଳାଇ ଯାଇଥିଲା। ଭାଲୁ ଆକ୍ରମଣ ପରେ ସାଥିରେ ଥିବା ଅନ୍ୟ ବନ କର୍ମଚାରୀମାନେ ତାଙ୍କୁ ଜଙ୍ଗଲ ଭିତରୁ ଆଣି ବନବିଭାଗ ଗାଡ଼ିରେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଭାଲୁ ଆକ୍ରମଣରେ ଅଣ୍ଟା, ହାତ, ଗୋଡ଼ରେ ଭାଲୁର ନଖ ବାଜି ତାଙ୍କର ଗଭୀର କ୍ଷତ ହୋଇଛି। ତେବେ ତାଙ୍କୁ ଠକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories