ଭୁବନେଶ୍ବର: ଟିକାକରଣ କେନ୍ଦ୍ର ୨୨୭୩ଟିରେ ମୋଟ ୧ ଲକ୍ଷ ୬ ହଜାର ୧୩୩ ଜଣଙ୍କୁ ଟିକା ଦିଆଯାଇଛି। ଆଜିର ଟିକାକରଣକୁ ମିଶାଇଲେ ମୋଟ ୫ କୋଟି ୯୩ ଲକ୍ଷ ୫୯ ହଜାର ୪୩୫ଜଣ ଟିକା ନେଲେଣି। ରବିବାର ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ଜଣଙ୍କୁ ପ୍ରଥମପାନ ଟିକା ଦିଆଯାଇ ଥିବାବେଳେ ଦ୍ବିତୀୟପାନ ୧୬୫ ଏବଂ ପ୍ରତିଷେଧାତ୍ମକ ୫୮୧ଜଣ ନେଇଛନ୍ତି। ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରୁ ୪ଜଣ ପ୍ରଥମପାନ, ୭୭ଜଣ ଦ୍ବିତୀୟପାନ ଏବଂ ପ୍ରତିଷେଧାତ୍ମକ ୧୨୦୪ଜଣଙ୍କୁ ଦିଆଯାଇଛି। ୧୫ରୁ ୧୮ବର୍ଷ ବୟସ୍କଙ୍କ ମଧ୍ୟରେ ପ୍ରଥମପାନ ୧୦୭୯୨ ଏବଂ ଦ୍ବିତୀୟପାନ ୨୬୯୩୨। ୧୮ରୁ ୪୪ବର୍ଷ ବୟସ୍କଙ୍କ ମଧ୍ୟରେ ପ୍ରଥମପାନ ୬୯୬୮, ଦ୍ବିତୀୟପାନ ୩୬,୬୭୭, ୪୫ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମପାନ ୨୧୮୩, ଦ୍ବିତୀୟପାନ ୧୭୦୯୯ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ମଧ୍ୟରୁ ୩୪୫୦ଜଣଙ୍କୁ ପ୍ରତିଷେଧାତ୍ମକ ପାନ ଦିଆଯାଇଛି। ୧୦୩୫ ଗର୍ଭବତୀ ମହିଳା ଟିକା ନେଇଛନ୍ତି। ମୋଟ ୪୮୯୬୭୬ଜଣ ଗର୍ଭବତୀ ଟିକା ନେଲେଣି।
Popular Categories



