www.samajalive.in
Wednesday, December 10, 2025
16.1 C
Bhubaneswar

ଦିନକ ପରେ ଯୋରନ୍ଦା ମାଘମେଳା

ଢେଙ୍କାନାଳ ସଦର: ମାଘ ଶୁକ୍ଲ ଚତୁର୍ଦ୍ଦଶୀରୁ ଯୋରନ୍ଦା ମେଳା ଆରମ୍ଭ ହେବ। ନୀତିକାନ୍ତି ପାଇଁ ମହିମାଗାଦି ସଜାଇ ହେବାରେ ଲାଗିଛି। ମେଳା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଭକ୍ତମାନେ ଝାଡ ଜାଳିବାରୁ ବଞ୍ଚିତ ହେବେ। କରୋନା ମହାମାରୀ ସଂକ୍ରମଣ କାରଣରୁ ଜିଲା ପ୍ରଶାସନ ମେଳାରେ ବାହାରର ସାଧୁ ସନ୍ୟାସୀ ଏବଂ ଭକ୍ତମାନଙ୍କ ଉପରେ କଟକଣା ଲାଗୁ କରିବାରୁ ଏଥର ମଧ୍ୟ ଭକ୍ତ ଶୂନ୍ୟ ହେବ ଯୋରନ୍ଦା ମାଘ ମେଳା। ତେବେ ମନ୍ଦିରରେ ନୀତି ସେବା ପୂର୍ବବତ ଚାଲୁ ରହିବ। ଗାଦି ମନ୍ଦିର ସମେତ ଶୂନ୍ୟ ମନ୍ଦିର,ଏକୋଇଶହାତିଆ ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର, ଅଖଣ୍ଡବତି ମନ୍ଦିର ଏବଂ ଧୁନି ମନ୍ଦିର ସମେତ ବିଭିନ୍ନ ଉପାସନା ପୀଠରେ ନୀତି ସେବା ପାଇଁ ନୀତି ସେବକ ସନ୍ୟାସୀ ନିଯୁକ୍ତି ପାଇଁ ସୋମବାର ମହିମା ଗାଦିରେ ଜରୁରୀ ବୈଠକ ଅନୁଷ୍ଠିତ ହେବ। ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତି ଏବଂ କୌପିନଧାରୀ ମହିମା ସମାଜ ପକ୍ଷରୁ ପୃଥକ ପୃଥକ ଭାବେ ଉଭୟ ମଠର ସଭାଘରେ ବୈଠକ ବସିବା ପାଇଁ ଚୂଡାନ୍ତ ହୋଇଛି। କେଉଁ ଉପାସନା ପୀଠରେ କିଏ କିଏ ଦାୟିତ୍ୱରେ ରହି ଝାଡ ଓ ଧୁନି ଜାଳିବେ ବରିଷ୍ଠ ସନ୍ୟାସୀମାନେ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି। ଗୋଟିଏ ପଟେ କରୋନା ଯୋଗୁଁ ଭକ୍ତମାନଙ୍କୁ ବାରଣ ଆଉ ଗୋଟିଏ ପଟେ ତିନି ଦିନ ଝାଡ ଜାଳିବାରେ ଘିଅ ଅଭାବ ଦେଖାଦେବ। ଏସବୁ ନେଇ ଜରୁରୀ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଯେଉଁ ତ୍ୟାଗୀ ବୈରାଗୀମାନେ ଦୀର୍ଘବର୍ଷ ଧରି ମହିମାପନ୍ଥୀ ହୋଇ ରହିଛନ୍ତି ସେମାନଙ୍କୁ ୧୫ ତାରିଖ ପ୍ରାତଃରେ ସନ୍ୟାସୀ କରାଯିବ।
ବୈଠକରେ ସେ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ବାବାମାନେ କହିଛନ୍ତି। ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତିର ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ କୁହନ୍ତି, ଚଳିତ ବର୍ଷ ୧୪୯ ତମ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସଭାମଣ୍ଡପରେ ସୋମବାର ବୈଠକ ବସି ଗାଦିମନ୍ଦିର ଚାରିଦ୍ୱାର, ଶୂନ୍ୟ ମନ୍ଦିର, ଏକୋଇଶ ହାତିଆ ମନ୍ଦିର ଏବଂ ଧୁନି ମନ୍ଦିର ନୀତିସେବକ ନିଯୁକ୍ତି କରାଯିବ ବୋଲି କହିଛନ୍ତି। ୨୦୦ ଟିଣ ଘିଅ ଆବଶ୍ୟକ ଥିବା ବେଳ ୧୦୦ ଟିଣ ମିଳିଛି। ଘିଅ ଅଭାବ ମେଣ୍ଟାଇବା ପାଇଁ ବିକଳ୍ପ ଚିନ୍ତା କରାଯାଉଛି। ଗାଦି ମନ୍ଦିର ଚାରି ଦ୍ୱାରରେ ବଡ ବଡ ଝାଡଦୀପ ଜାଳିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି।
ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଯୋରନ୍ଦାରେ ଶେଷ ପ୍ରସ୍ତୁତି ବୈଠକ ପରେ କୋଭିଡ ନିୟମ ଅନୁସାରେ ମେଳା ପାଇଁ ସେଠାରେ ସାଧୁସ୍ଥମାନଙ୍କ କୋଭିଡ ପରୀକ୍ଷା ଚାଲିଛି। ବିଶ୍ୱଶାନ୍ତି ଓ ଜଗତ ଭକ୍ତଙ୍କ ମଙ୍ଗଳ କାମନା କରି ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଏବଂ ପୂର୍ଣ୍ଣମୀରେ ପ୍ରବୁଦ୍ଧଗୁରୁ ଯୋଗେଶ୍ୱର ମହିମା ସ୍ୱାମୀଙ୍କ ଗାଦି ମନ୍ଦିର, ଧୁନି ମନ୍ଦିର, ଏକୋଇଶ ହାତିଆ ମନ୍ଦିର, ଅଖଣ୍ଡ ବତି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିରରେ ଅଲେଖ ମହିମା ବ୍ରହ୍ମ ନାମରେ ଘୃତାହୁତି ପ୍ରଦାନ କରାଯିବ ବୋଲି କୌପିନଧାରୀ ସମାଜର ସୁଶାନ୍ତ ବାବା ସୂଚନା ଦେଇଛନ୍ତି। ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ଏବଂ କୋଭିଡ ପାଇଁ ମହିମା ମହୋତ୍ସବକୁ ବାତିଲ କରାଯାଇଥିବା ଜଣାପଡିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories