www.samajalive.in
Sunday, December 7, 2025
26.1 C
Bhubaneswar

କୋଟିଏ ଟଙ୍କା ପାଇଁ ନିଜେ କଲେ ନିଜର ଅପହରଣ

ଭୁବନେଶ୍ୱର : କୋଟିଏ ଟଙ୍କା ପାଇଁ ନିଜକୁ ନିଜେ ଅପହରଣ କରିବାର ରଚିଲେ ନାଟକ। ଭାଇ ଠାରୁ ୧ କୋଟି ଟଙ୍କା ନେବାକୁ ଏଭଳି ନାଟକ ରଚିଥିଲେ ଭଉଣୀ। ଏହି ନାଟକରେ ମହିଳାଙ୍କ ବନ୍ଧୁ ମଧ୍ୟ ସାମିଲ ଥିଲେ। ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କୁ ଅପହରଣ କରିବା ଘଟଣାର ଶୁକ୍ରବାର ପର୍ଦ୍ଦାଫାଶ ହୋଇଥିବା ବେଳେ ଏହି ସତ ପୁଲିସ ସାମ୍ନାକୁ ଆଣିଛି। ଯାହା ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଉକ୍ତ ମହିଳାଙ୍କୁ ଧରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଏନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଜୁନ୍ ୨୦ ତାରିଖରେ ଚନ୍ଦକା ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ବାସ କରୁଥିବା ସତ୍ୟ ନାରାୟଣ ପାଣି ଥାନାରେ ତାଙ୍କ ସାନ ଝିଅ ଜୁନ୍ ୧୯ରେ ଘରୁ ଯାଇ ଆଉ ଫେରିନଥିବା ଅଭିଯୋଗ କରିଥିଲେ। ତାଙ୍କୁ ଅପହରଣ କରିଥିବା ସହ ଅପହରଣକାରୀ ୧ କୋଟି ଟଙ୍କା ମାଗିବା ପରେ ମହିଳାଙ୍କୁ ଛାଡିବେ ବୋଲି ତାଙ୍କ ବାପା ପୁଲିସ ନିକଟରେ କହିଥିଲେ।

ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ ହିଁ ଧନ, ଚାକିରି, ହେବ ବିବାହ..

- Advertisement -

ପୁଲିସ କହିଛି, ସମ୍ପୃକ୍ତ ମହିଳାଙ୍କ ଭାଇ ବାଙ୍ଗାଲୋରରେ ରହୁଥିଲେ। ମହିଳା ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ମିଶି ଟଙ୍କା ଠକେଇର ଯୋଜନା କରିଥିଲେ। ଏହାପରେ ପୁଲିସ ତଦନ୍ତ ହେବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା।

ପାଦରେ ଏହି ୫ଟି ଲକ୍ଷଣ ଦେଖାଗଲେ; ଦିଏ ମଧୁମେହ ହେବାର ସଙ୍କେତ..

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories