www.samajalive.in
Monday, December 15, 2025
26.1 C
Bhubaneswar

ଏନ୍‌ଏମ୍‌ଆଇଟି ଏଆଇ ହ୍ୟାକାଥନ୍‌ ନେକ୍ସଟେକ୍‌ ଉଦ୍‌ଯାପିତ

ଭୁବନେଶ୍ୱର: ଏନ୍‌ଏମ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି (ଏନ୍‌ଏମ୍‌ଆଇଇଟି) ଭୁବନେଶ୍ୱର ପକ୍ଷରୁ ପ୍ରଥମ ଆନ୍ତଃକଲେଜ ଏଆଇ ହ୍ୟାକାଥନ୍‌ ‘ନେକ୍ସଟେକ୍ ୧.୦’ ଆୟୋଜିତ ହୋଇଯାଇଛି। ଏହି ଦୁଇଦିନିଆ କର୍ମଶାଳାର ଥିମ୍‌ ଥିଲା ‘ରକ୍ଷା ଓ ସୁରକ୍ଷା’। ୩୦ଟି କଲେଜରୁ ଆସିଥିବା ୨ଶହରୁ ଅଧିକ ଛାତ୍ରଛାତ୍ରୀ ୫୦ଟି ଟିମ୍‌ ଗଠନ କରି ଭାରତୀୟ ସଶସ୍ତ୍ରବାହିନୀ ପାଇଁ ‘ବାସ୍ତବ ସମୟ ନିରୂପଣ ଓ ବିପର୍ଯ୍ୟୟ ପରିଚାଳନା’ରେ ସକ୍ଷମ ଏଆଇ ଆଧାରିତ ଡିଫେନ୍ସ ସିଷ୍ଟମ୍‌ ବିକଶିତ କରିବାକୁ ମନୋନିବେଶ କରିଥିଲେ। ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ, ପୂର୍ବତନ ଆଇଡିଏସ୍‌ ଅଧିକାରୀ ସତ୍ୟ ମିଶ୍ର, ବୈଜ୍ଞାନିକ ନୀଳାଦ୍ରି ମହାନ୍ତି, ସାଇବର୍‌ ବିଶେଷଜ୍ଞ ଲିଙ୍ଗରାଜ ସେଠୀ, ଇଣ୍ଟେଲ୍‌ର ସର୍ବା ରାୟ ଓ ମାଇଟି ମିର ଦେବାଜ୍ୟୋତି ଦାଶ ଯୋଗଦେଇ ଏହାର ସମୀକ୍ଷା କରିବା ସହ ମୂଲ୍ୟାଙ୍କନ କରିଥିଲେ। ଏହି ହ୍ୟାକାଥନ୍‌ ଭାରତୀୟ ସଶସ୍ତ୍ର ବାହିନୀର ବଳିଦାନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଯୁବ ପ୍ରତିଭାଙ୍କ ମନରେ ଦେଶ ସୁରକ୍ଷାର ଭାବନା ଜାଗ୍ରତ କରିବା ଦିଗରେ ଏହି କର୍ମଶାଳା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଅନୁଷ୍ଠାନର ଉପାଧ୍ୟକ୍ଷା ଶିଳ୍ପା ପରିଡ଼ା କହିଥିଲେ। କଲେଜ ପରିସରରେ ଆୟୋଜିତ ଏହି କର୍ମଶାଳାରେ ଅନୁଷ୍ଠାନର ଅଧ୍ୟକ୍ଷା ରିଚା ପରିଡ଼ା, ନିର୍ଦ୍ଦେଶକ (ଫାଇନାନ୍ସ) ଅନ୍ୱେଷ ଦାଶ, ନିର୍ଦ୍ଦେଶକ (ଆଇଟି) ବିଘ୍ନେଶ ରାୟ ଓ ପ୍ରିନ୍ସିପାଲ ନିରଞ୍ଜନ ମିଶ୍ର ଉପସ୍ଥିତ ରହିଥିଲେ। ଏଥିରେ କଟକର ରେଭେନ୍ସା ବିଶ୍ବବିଦ୍ୟାଳୟ, ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ, ଭୁବନେଶ୍ବରର ଗୀତା ସ୍ବୟଂଶାସିତ କଲେଜ ଓ ଆଇଆଇଆଇଟି ଭୁବନେଶ୍ବର ଯଥାକ୍ରମେ ପ୍ରଥମରୁ ଚତୁର୍ଥ ସ୍ଥାନରେ ରହିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories