ନିୟନ୍ତ୍ରଣରେ ରହିଛି ବନ୍ୟା ସ୍ଥିତି – ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର : ନିୟନ୍ତ୍ରଣରେ ରହିଛି ବନ୍ୟା ସ୍ଥିତି। ଏନେଇ ଆଜି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି। ବ୍ରାହ୍ମଣୀ, ମହାନଦୀ, ବୈତରଣୀରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଛି। କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିବା ବେଳେ କେବଳ ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ରସୁଲପୁରରେ ଛୋଟ ଘାଇ ଓ ତେରମାଣପୁରରେ ୨୦ ଫୁଟର ଘାଇ ହୋଇଛି। ବର୍ଷା ନଥିବାରୁ ଧୀରେ ଧୀରେ ନଦୀର ଜଳସ୍ତର କମୁଛି। ମୁଣ୍ଡଳିରେ ୭ ଲକ୍ଷ ତଳକୁ ଜଳପ୍ରବାହ ଖସିଲାଣି। କେବଳ କେନ୍ଦ୍ରାପଡା ତଳିଆ ଅଞ୍ଚଳରେ ଅପରାହ୍ଣରେ ପିକ୍ ପାସ୍ କରିବ ବୋଲି ଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।
Comments are closed.