www.samajalive.in
Saturday, December 6, 2025
26.1 C
Bhubaneswar

ବିଇଓଙ୍କୁ ଶିକ୍ଷକଙ୍କ ଦାବିପତ୍ର ; ୧୬ରୁ ଆନ୍ଦୋଳନ, ସାମୂହିକ ଛୁଟି

ଲାଞ୍ଜିଗଡ : ବିଶ୍ଵନାଥପୁର ନିକଟ ବକଟପୁର ସ୍ଥିତ ଭିଆରଓ ସଂସ୍ଥା ପରିସରରେ ଲାଞ୍ଜିଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏୟୁପିଟିଏଫ୍) ଆନୁକୂଲ୍ୟରେ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଶିକ୍ଷକ ନେତା ପ୍ରମୋଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ତପନ ଭୋଇ ସ୍ଵାଗତ ଭାଷଣ ସହ ବୈଠକର ଉଦ୍ଦେଶ୍ୟ ବିଷୟରେ ସବିଶେଷ ତଥ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ୩ ଦଫା ଦାବିପତ୍ର ପ୍ରଦାନ କରିବା ପାଇଁ ଆସନ୍ତା ୫ ତାରିଖ ପୂର୍ବାହ୍ନ ସାଢ଼େ ଏଗାରଟା ସମୟରେ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ ବିଶ୍ୱନାଥପୁର ଡାକ୍ତରଖାନା ନିକଟରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ଏହି ଅବସରରେ ଏୟୁପିଟିଏଫ୍ ଜିଲ୍ଲା ସଭାନେତ୍ରୀ ଅର୍ଚ୍ଚନା ମିଶ୍ର ରାଜ୍ୟ ସଂଘର ବାର୍ତ୍ତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆଗାମୀ ୧୬ ତାରିଖରେ ହେବାକୁ ଥିବା ଆନ୍ଦୋଳନ ଓ ସାମୂହିକ ଛୁଟି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। କିପରି ଭାବେ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ବ୍ଲକ ସ୍ତରରେ ଆନ୍ଦୋଳନ ସଫଳ କରାଯିବ, ତାହାର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ୧୬ ଅଗଷ୍ଟ ପୂର୍ବରୁ ଯଦି ସରକାର ଶିକ୍ଷକଙ୍କ ନ୍ୟାଯ୍ୟ ଦାବି ବିଷୟରେ କିଛି ପଦକ୍ଷେପ ନ ନିଅନ୍ତି, ତେବେ ସେଦିନରୁ ସମସ୍ତେ ବ୍ଲକ ସ୍ତରରୁ ସାମୂହିକ ଛୁଟି ନେଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଶୋଭାଯାତ୍ରା ତଥା ଆନ୍ଦୋଳନର ପରିଚାଳନା ପାଇଁ ବ୍ଲକ ସ୍ତରୀୟ ସଂଚଳନ କମିଟି, ଅର୍ଥ କମିଟି, ମିଡ଼ିଆ ମେନେଜମେଣ୍ଟ କମିଟି ଏହିପରି ତିନୋଟି କମିଟି ଗଠନ କରାଯାଇଛି। ଏହି ୩ଟି କମିଟିରେ ସମସ୍ତ ବର୍ଗର ୬-୭ଜଣ ଲେଖାଏଁ କର୍ମକର୍ତ୍ତା ଚୟନ କରାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories