www.samajalive.in
Saturday, December 6, 2025
19.1 C
Bhubaneswar

ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁ ମାମଲା ; ପୁରୁଷ ବନ୍ଧୁ ସୌମ୍ୟଜିତ୍‌‌ ଗିରଫ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁ ମାମଲାରେ ଗୁରୁବାର ପୁରୁଷ ବନ୍ଧୁ ସୌମ୍ୟଜିତ୍‌‌ଙ୍କୁ ଚନ୍ଦ୍ରଶେଖର ଥାନା ପୁଲିସ ଗିରଫ କରିଛି। ସମ୍ବଲପୁର ବଂଶୀଧରନଗର ସ୍ଥିତ ଘରୁ ତାଙ୍କୁ ଗିରଫ କରିଛି ପୁଲିସ। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ସୌମ୍ୟଜିତ୍‌‌ଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ଗତବର୍ଷ ଶୈଳଶ୍ରୀ ବିହାର ସ୍ଥିତ ଘରୁ ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଶ୍ୱେତାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ସୌମ୍ୟଜିତ୍‌‌ଙ୍କୁ ଦାୟୀ କରିଥିଲେ। ଏହାପରେ ଘଟଣାର ତଦନ୍ତ ଜାରି ରହିଥିଲା।
ସୂଚନା ଯୋଗ୍ୟ, ସମ୍ବଲପୁର ଅଞ୍ଚଳର ପୁରୁଷବନ୍ଧୁ ତଥା ସହକର୍ମୀ ସୌମ୍ୟଜିତ ମହାପାତ୍ରଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ଶ୍ବେତାଙ୍କ ବାପା ସୁଶାନ୍ତ କୁମାର ଦାଶ ଓ ଭାଇ ବବୁଲ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଅପମୃତ୍ୟୁ ବଦଳରେ ଭାରତୀୟ ପିଙ୍ଗଳ କୋଡ ୩୦୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।
ଶ୍ବେତାଙ୍କ ଘର ଭଦ୍ରକ ଅଞ୍ଚଳରେ ହୋଇଥିବା ବେଳେ ସେ ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ଆଇଟି କମ୍ପାନୀରେ ୨୦୧୮ରୁ ସଫ୍ଟୱେର ଇଞ୍ଜିନିୟର ଭାବେ ଚାକିରି କରିଥିଲେ। ଶୈଳଶ୍ରୀବିହାରସ୍ଥିତ ଗ୍ରିନ୍‌ ଆପାର୍ଟମେଣ୍ଟର ଏକ ଫ୍ଲାଟ୍‌ରେ ୨ଜଣ ବାନ୍ଧବୀଙ୍କ ସହ ଭଡ଼ାରେ ରହୁଥିଲେ। ଗତବର୍ଷ ଅଗଷ୍ଟ ମାସରେ ଶ୍ୱେତା ଆତ୍ମହତ୍ୟା କରିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories