www.samajalive.in
Saturday, December 6, 2025
26.1 C
Bhubaneswar

ରାଜଧାନୀରେ ଚାଞ୍ଚଲ୍ୟ ; ସ୍ତ୍ରୀକୁ ହତ୍ୟା ପରେ ଝିଅର ତଣ୍ଟି କାଟିଲା ବାପା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଘାଟିକିଆ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜର ନାବାଳିକା ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିବା ବେଳେ ସ୍ତ୍ରୀକୁ ହତ୍ୟା କରିଛି। ଝିଅର ବୟସ ୬ ବର୍ଷ ବୋଲି ଜଣାପଡିଛି। ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି। ସ୍ତ୍ରୀର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬ ବର୍ଷ ଝିଅକୁ ଗୁରୁତର ଭାବେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଛି। ଅଭିଯୁକ୍ତ ଜଣକ ସଂଜିତ ବୋଲି ଜଣାପଡିଛି। ତାଙ୍କ ସ୍ତ୍ରୀ ସରସ୍ୱତୀ ଓ ୬ ବର୍ଷର ଝିଅ ସହ ୪ ଦିନର ଏକ ଶିଶୁ ଥିବା ନେଇ ସୂଚନା ମିଳିଛି।
ଘଟଣା ସ୍ଥଳରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ଅନ୍ୟ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଭୁବନେଶ୍ୱର ଡିସିପିଙ୍କ ପ୍ରତିକ୍ରିୟା ଅନୁଯାୟୀ, ମୃତ ମହିଳା ଜଣକ ଏକ ନର୍ସ ଭାବେ କାମ କରୁଥିବା ବେଳେ ତାଙ୍କ ସ୍ୱାମୀ ନିଶାସକ୍ତ ବ୍ୟକ୍ତି ଥିଲେ ବୋଲି ସନ୍ଦେହ କରାଯାଉଛି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଗୁରୁତର ୬ ବର୍ଷର ଝିଅକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ତ୍ରୀର ମୃତଦେହ ଜବତ କରାଯାଇଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ଡିସିପି କହିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories